୧୮ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :-> ସ୍ବଚ୍ଛ ସମ୍ବାଦ ପରିବେଷଣ ଦ୍ବାରା ସମାଜରେ ନ୍ୟାୟ ପ୍ରତିଷ୍ଠା ସମ୍ଭବ ହୋଇପାରୁଛି । ତେଣୁ ସାମ୍ବାଦ ପରିବେଷଣ ସମୟରେ ସତ୍ୟର ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି ବୋଲି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଜାତୀୟ ପ୍ରେସ ଦିବସ ଅବସରରେ ଯୋଗ ଦେଇ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମତବ୍ୟକ୍ତ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ସମାଜର ଜାଗ୍ରତ ପ୍ରହରୀ ତଥା ଚତୁର୍ଥ ସ୍ତମ୍ବ ଭୂମିକା ନିର୍ବାହ କରୁଥିବା ଗଣମାଧ୍ୟମକୁ ନୈତିକତା ବଜାୟ ରଖିବାର ଆବଶ୍ୟକତା ରହିଛି ।

