Home ଓଡ଼ିଶା ଶିଶୁ ଦିବସରେ ପୁରସ୍କୃତ ହେଲେ ଶିଶୁ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୮ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :-> ଶିଶୁ ଦିବସରେ ସମ୍ମାନୀତ ହେଲେ ସୁସ୍ଥ ଶିଶୁ । ଜିଲ୍ଲାର ସମସ୍ତ ଅଙ୍ଗନବାଡି ଜ୍ଞାନ କେନ୍ଦ୍ରରେ ଛଅ ଜଣ ଲେଖାଏ ସୁସ୍ଥ ଶିଶୁଙ୍କୁ ପୁରସ୍କୃତ କରାଯାଇଛି । ମହିଳା ଏବଂ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ କୋଟିଏ ହସ ଏବଂ ପୋଷଣ ଅଭିଯାନ କାର୍ଯ୍ୟକ୍ରମ ଜିଲ୍ଲାବ୍ୟାପି ଆୟୋଜନ କରାଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜ଼ିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ଶିଶୁ ଦିବସ ପାଳନ କରାଯାଇଛି। ଏହି ଅବସରରେ କିଭଳି ଆଦ୍ୟ ଶୈଶବର ଯତ୍ନ ଓ ଶିକ୍ଷା ପ୍ରଦାନ କରାଯିବ ସେଥି ନିମନ୍ତେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ତେବେ ଚଳିତ ବର୍ଷ ପ୍ରଥମ କରି ଜ଼ିଲ୍ଲାର ସମସ୍ତ ୧୫୩ଟି ଅଙ୍ଗନବାଡି ଜ୍ଞାନ କେନ୍ଦ୍ରରେ କୋଟିଏ ହସ ସହିତ ପୋଷଣ ଶିଶୁ ଓ ସେମାନଙ୍କର ପିତାମାତାଙ୍କୁ ମଧ୍ୟ ପ୍ରୋତ୍ସାହିତ କରାଯାଇଛି। ପୋଷଣ ଟ୍ରାକର ଅନୁସାରେ ସାଧାରଣ ଵର୍ଗରେ ଥିବା ଶିଶୁମାନଙ୍କୁ ଦୁଇଟି ଵର୍ଗ ଯଥା ୬ ମାସ ରୁ ୩ ବର୍ଷ ଏବଂ ୩ବର୍ଷ ରୁ ୬ ବର୍ଷ ଅନୁଯାୟୀ ସୁସ୍ଥ ଶିଶୁ ଚି଼ହ୍ନଟ କରାଯାଇଛି । ଅଙ୍ଗନବାଡି କେନ୍ଦ୍ର ସ୍ତରରେ ସତନ୍ତ୍ର କମିଟି ଦ୍ଵାରା ଉଭୟ ଵର୍ଗ ରେ ଶ୍ରେଷ୍ଠ ୩ ଜଣଙ୍କୁ ଚି଼ହ୍ନଟ କରି ପୁରସ୍କୃତ କରାଯାଇଛି । ଏହି ଅବସରରେ ଆକର୍ଷଣୀୟ ପୁରସ୍କାର ଓ ପୃଷ୍ଟିକର ଟୋକେଇ ପ୍ରଦାନ କରାଯାଇଛି । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026