Home ଓଡ଼ିଶା ରଞ୍ଜନ ପ୍ରଧାନଙ୍କ ‘ବଣ ଡଙ୍ଗରର ଗପ’ ପୁସ୍ତକ ଲୋକାର୍ପିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୮ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଜନଜାତି ଗବେଷକ ଡ. ରଞ୍ଜନ ପ୍ରଧାନଙ୍କ ଲୋକକାହାଣୀ ପୁସ୍ତକ ‘ବଣ ଡଙ୍ଗରର ଗପ’ ଫୁଲବାଣୀ ପୁସ୍ତକ ମେଳା ପରିସରରେ କମଳା ପ୍ରକାଶନୀ ଷ୍ଟଲ୍ରେ ଲୋକାର୍ପିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଏବଂ କମଳା ପ୍ରକାଶନୀର ମିଳିତ ଉଦ୍ୟମରେ ଅନୁଷ୍ଠିତ ଫୁଲବାଣୀ ପୁସ୍ତକ ମେଳାର ଦ୍ବିତୀୟ ସନ୍ଧ୍ୟାରେ ଏହି ପୁସ୍ତକ ଲୋକାର୍ପିତ ହୋଇଛି। ଲୋକାର୍ପଣ ଉତ୍ସବରେ କମଳା ପ୍ରକାଶନୀର ପ୍ରତିଷ୍ଠାତା ଡ. ନୃସିଂହାନନ୍ଦ ମହାପାତ୍ର, ଜିଲ୍ଲା ଲେଖକ ସାମ୍ମୁଖ୍ୟର ସଭାପତି ରବୀନ୍ଦ୍ର ନାଥ ମିଶ୍ର, ଫିରିଙ୍ଗିଆ ପଞ୍ଚାୟତ ସମିତି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଚିତ୍ତରଂଜନ ମିଶ୍ର, ଏସ୍ଏସ୍ ନର୍ସରି ସ୍କୁଲର ପ୍ରତିଷ୍ଠାତା କୁନ୍ଦନ କୁମାର ସିଂହ, ପୁସ୍ତକର ଲେଖକ ନିଜେ ଡ. ରଞ୍ଜନ ପ୍ରଧାନ, ପ୍ରଜ୍ଞା ପରିମିତା ବାରିକ୍ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଡ. ପ୍ରଧାନଙ୍କ ଏହି ପୁସ୍ତକରେ ଅବିଭକ୍ତ କୋରାପୁଟ ଅଞ୍ଚଳର ବିଭିନ୍ନ ଜନଜାତି ଗୋଷ୍ଠୀଙ୍କର ଅର୍ଦ୍ଧଶତକଟି ଲୋକକାହାଣୀ ସ୍ଥାନ ପାଇଛି। ଗତ ୨୦୦୭ ମସିହାରେ ଏହି ପୁସ୍ତକଟି ପ୍ରଥମେ ପ୍ରକାଶ ପାଇଥିଲା। ଦୀର୍ଘ ୧୮ ବର୍ଷ ପରେ ଭୁବନେଶ୍ବରର ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ପଢ଼ାପଢ଼ି’ ଏହାର ଦ୍ବତୀୟ ସଂସ୍କରଣ ପ୍ରକାଶ କରିଛି। ଏହି ପୁସ୍ତକଟି ଜନଜାତି ଗବେଷଣାରେ ରୁଚି ରଖୁଥିବା ଅଧ୍ୟାପକ, ଛାତ୍ରଛାତ୍ରୀ ଓ ଗବେଷକଙ୍କ ପାଇଁ ବେଶ୍ ଉପାଦେୟ ହୋଇ ପାରିବ ବୋଲି କମଳା ପ୍ରକାଶନୀର ପ୍ରତିଷ୍ଠାତା ଡ. ମହାପାତ୍ର କହିଥିଲେ। Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026 ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ by Proprietor Abhimanyu Maharana September 29, 2026 ବିଶ୍ୱ ଜଳାତଙ୍କ ଦିବସ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 29, 2026