୧୮ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ଅୟୋଜିତ “ରାଗୋତ୍ସବ-୨୦୨୪” ର ପ୍ରଥମ ସଂନ୍ଧ୍ୟାରେ ପ୍ରଫେସର ମୋହିନୀ ମୋହନ ପଟ୍ଟନାୟକଙ୍କୁ ସଂଗୀତ କ୍ଷେତ୍ରରେ ତାଙ୍କର ଅନନ୍ୟ ଅବଦାନ ପାଇଁ ତାଜିନ୍ଦର ସିଂ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି । ପ୍ରଥମ ସଂନ୍ଧ୍ୟାର ପ୍ରଥମ ଉପସ୍ଥାପନାରେ ହିନ୍ଦୁସ୍ତାନୀ ଇନ୍ଷ୍ଟ୍ରୁମେଣ୍ଟାଲ ରହିଥିଲା ଯେଉଁଥିରେ ଗ୍ୱାଲିୟରରୁ ଆସିଥିବା ଶ୍ୟାମ ରସ୍ତୋଗିଙ୍କ ଦ୍ୱାରା ସିତାର, ଭୁବନେଶ୍ୱରର ଡଃ ଜବାହାର ମିଶ୍ରଙ୍କ ଦ୍ୱାରା ବଂଶୀ ବାଦ୍ୟ ଏବଂ ଡଃ ଶାରଦା ପ୍ରସନ୍ନ ଦାସଙ୍କ ଦ୍ୱାରା ଭାଓଲିନ୍ ପରିବେଷଣ କରାଯାଇଥିଲା ଦ୍ୱିତୀୟ ଉପସ୍ଥାପନାରେ ରହିଥିଲା ହିନ୍ଦୁସ୍ତାନୀ ଭୋକାଲ ଯାହା ପୁନେର ବିଦୂଷୀ ସାନିଆଙ୍କ ଦ୍ୱାରା ପରିବେଷିତ ହୋଇଥିଲା ।

