୧୭ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପାର୍ଶ୍ଵ ଦେବାଦେବୀଙ୍କ ନୂତନ ମନ୍ଦିର ନିର୍ମାଣ ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବର ରବିବାର ଦ୍ଵିତୀୟ ଦିନ ରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶହଶହ ମହିଳା ମୁଣ୍ଡରେ କଳସ ଧରି ଶ୍ରୀଜଗନ୍ନାଥ ମନ୍ଦିରରୁ ବାହାରି ଖଡଗ ନଦୀ ପର୍ଯ୍ୟନ୍ତ ଯାଇଥିଲେ । ଏଥିରେ ବହୁ ସାଧୁ ସନ୍ଥ ,ପଣ୍ଡିତ ଓ ସ୍ଥାନୀୟ ଜନ ସାଧରଣ ସାମିଲ ହୋଇଥିଲେ । ଖଡଗ ନଦୀ ନିକଟରେ ବନଯାଗ ,ଅଧିବାସ ହୋଇଥିବା ବେଳେ ଓ ଯଜ୍ଞ ମଣ୍ଡପ ରେ ଅଙ୍କୁର ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l

