୧୮ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପ୍ରତିବର୍ଷ ପରି ଚଳିତ ବର୍ଷ ଡିସେମ୍ବର ୧ରୁ ୫ତାରିଖ ଯାଏଁ ଆରମ୍ଭ ହେବାକୁ ଯାଉଛି ୩୫ତମ କୋଣାର୍କ ଉତ୍ସବ ଓ ୧୪ତମ ଚନ୍ଦ୍ରଭାଗା ଆନ୍ତ୍ରଜାତିକ ବାଲୁକା ଉତ୍ସବ ଲାଗି ପୁରୀ ପ୍ରଶାସନ ପକ୍ଷରୁ କୋଣାର୍କ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ଏଥିରେ ନିମାପଡା ବିଧାୟିକା ତଥା ରାଜ୍ୟ ର ଉପ-ମୁଖ୍ୟମନ୍ତ୍ରୀ, ପର୍ଯ୍ୟଟନବିଭାଗ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ଅଧକ୍ଷତା ରେ କୋଣାର୍କ ଯାତ୍ରୀ ନିବାସ ଠାରେ ବସିଥିଲା ବୈଠକ। ଉକ୍ତ ବୈଠକ ରେ ପର୍ଯ୍ୟଟନ ସଚିବ ବଲୱନ୍ତ ସିଂ, ପର୍ଯ୍ୟଟନ ନିର୍ଦ୍ଧେଶକ ସମର୍ଥ ବର୍ମା, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପୁରୀ ଏସ୍ପି ବିନୀତି ଅଗ୍ରୱାଲ ମଧ୍ୟ ଉପସ୍ଥିତ ଥିଲେ ।
