Home ଓଡ଼ିଶା ଭାପୁର ପ୍ରେସ କ୍ଲବର ନବମ ବାର୍ଷିକ ଉତ୍ସବ ଓ ଜାତୀୟ ପ୍ରେସ ଦିବସ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୭ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ସଦର ମହକୁମାରେ ଅବସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ‘ଭାପୁର ପ୍ରେସ କ୍ଲବ’, ଭାପୁରର ନବମ ବାର୍ଷିକ ଉତ୍ସବ ଓ ଜାତୀୟ ସାମ୍ବାଦିକତା ଦିବସ କ୍ଲବର ସଭାପତି ରଞ୍ଜନ କୁମାର ମହାପାତ୍ରଙ୍କ ସଭାପତିତ୍ଵରେ ନୀରାଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଆଜିର ଉତ୍ସବରେ ମୁଖ୍ୟଅତିଥି ଭାବେ ଖଣ୍ଡପଡ଼ା -ଭାପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ବାଇଁ ଯୋଗଦେଇ ସାମ୍ୱାଦିକମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ କରିବାପାଇଁ ପ୍ରତିଶୃତି ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ କଟକ ସାଂସଦଙ୍କ ନୟାଗଡ଼ ଜିଲ୍ଲା ପ୍ରତିନିଧି ଗୟାଧର ପରିଡା, ଭାପୁର ତହସିଲଦାର ଅର୍ଜୁନ ପ୍ରଧାନ, ଫତେଗଡ଼ ଥାନା ଅଧିକାରୀ ପଞ୍ଚାନନ ପରିଡା, ଭାପୁର ବିଟ୍ ହାଉସ୍ ଅଧିକାରୀ ସଞ୍ଜୟ କୁମାର ପରିଡ଼ା, କଟକ ସାଂସଦଙ୍କ ଭାପୁର ବ୍ଲକ ପ୍ରତିନିଧି ତୋଫାନ କୁମାର ପ୍ରଧାନ, ଭାପୁର ବ୍ଲକ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ କୁମାର ନାୟକ, ବାଲୁଙ୍କେଶ୍ୱରଦେବ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ଟିକିରିପଡ଼ାର ଅଧ୍ୟକ୍ଷ ସାରଙ୍ଗଧର କର, ପ୍ରହଲ୍ଲାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଦ୍ମାବତୀର ଅଧ୍ୟକ୍ଷ ରବିନ୍ଦ୍ର କୁମାର ମଲ୍ଲ, ଭାପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ସନ୍ତୋଷ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିବାବେଳେ ଭାପୁର ବରିଷ୍ଠ ନାଗରିକ ସଂଘର ସମ୍ପାଦକ ପ୍ରଭାକର ସାହୁ, ଭାପୁର ବଣିକ ସଂଘ ସଭାପତି କାର୍ତ୍ତିକ ଚନ୍ଦ୍ର ନାୟକ ଓ ସମ୍ପାଦକ ସନାତନ ସାହୁ, ସୋସିଆଲ ମିଡ଼ିଆ ସଂଘର ସଭାପତି ଶଶୀଭୂଷଣ ରାଉତରାୟ, ଭାପୁର ବନପାଳ ବନମାଳୀ ରାଉତ, ଆଞ୍ଚଳିକ ସାମ୍ୱାଦିକ ସଙ୍ଘ ଖଣ୍ଡପଡ଼ାର ସମ୍ପାଦକ ଭବାନୀଶଙ୍କର ସିଂହ ସାମନ୍ତ, ଭାପୁର ପ୍ରେସ କ୍ଲବର ଉପଦେଷ୍ଟା ତଥା ପ୍ରଧାନ ଶିକ୍ଷକ ମନୋଜ କୁମାର ଶତପଥୀ, ସମାଜସେବୀ ପ୍ରଫୁଲ୍ଲ କୁମାର ସାହୁ, ଭାପୁର ପ୍ରେସ କ୍ଲବର ପୂର୍ବତ୍ତନ ସଭାପତି ତଥା ଅଧ୍ୟାପକ ଜ୍ଞାନରଞ୍ଜନ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ସଭା ପ୍ରାରମ୍ଭରୁ ମଞ୍ଚାସିନ ଅତିଥିମାନେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ ! ସୋସିଆଲ ମିଡ଼ିଆ ସଂଘର ସଭ୍ୟ ବିପିନ ରାଉତଙ୍କ ଅକାଳ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଭାପୁର ସାମ୍ବାଦିକ ସଙ୍ଘ ପକ୍ଷରୁ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପରେ ଅତିଥିମାନଙ୍କ ପରିଚୟ ପ୍ରଦାନ କରାଯିବା ସହ କ୍ଳବର ସମ୍ପାଦକ ଶିଶିର ସାହୁଙ୍କ ଦ୍ୱାରା ସଂପାଦକୀୟ ବିବରଣୀ ପଠନକରିଥିଲେ । ବରେଣ୍ୟ ଅତିଥିମାନେ ସାମ୍ବାଦିକମାନଙ୍କ କାର୍ଯ୍ୟ ଉପରେ ଅଭିଭାଷଣ ରଖିଥିବା ବେଳେ ସଂଘର ସଭାପତି ଶ୍ରୀ ମହାପାତ୍ର ସାମ୍ୱାଦିକମାନେ କିଭଳି ଭାବରେ ସମାଜରେ ନିଷ୍ପେସିତ, ଭୟଭୀତ ଓ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି ତାହା ଊପରେ ବକ୍ତବ୍ୟ ରଖିଥିଲେ। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରି ଭାପୁର ବ୍ଲକକୁ ଗୌରବାନୀତ୍ଵ କରିଥିବା ଓଡ଼ିଶା ପ୍ରଶାସନିକ ସେବା କ୍ଷେତ୍ରରେ ବଳଭଦ୍ର ବେହେରା, ନୀଟ୍ ରେ କୃତକାର୍ଯ୍ୟ ହୋଇଥିବା ବିଶ୍ୱଜିତ୍ ଦଳେଇ, ସତ୍ୟଜିତ ଦଳେଇ, ସବ୍ୟସାଚୀ ବିଶ୍ଵାଳ, ଅଭିଷେକ ବେହେରା, ଫତେଗଡ଼ ଥାନା ଅଧିକାରୀ ପଞ୍ଚାନନ ପରିଡା, ଭାପୁର ବିଟ୍ ହାଉସ୍ ଅଧିକାରୀ ସଞ୍ଜୟ କୁମାର ପରିଡ଼ା, ସମାଜସେବୀ ଜିତେନ୍ଦ୍ର କୁମାର ରଣସିଂହ, ସଫଳ ବ୍ୟବସାୟୀ ନାରାୟଣ ମହାପାତ୍ର, ମାୟାଧର ପ୍ରଧାନ, ସ୍ବେଚ୍ଛାସେବୀ ଅଶୋକ କୁମାର ବେହେରା ଏବଂ ଆଞ୍ଚଳିକ ସାମ୍ୱାଦିକ ସଂଘ ଖଣ୍ଡପଡ଼ା ଆଦି ପ୍ରତିଭାମାନଙ୍କୁ ଭାପୁର ସାମ୍ବାଦିକ ସଂଘ ତରଫରୁ ସମ୍ମାନିତ କରାଯାଇଥିଲା । ଶେଷରେ ମଞ୍ଚାସିନ ଅତିଥିମାନଙ୍କ ଦ୍ଵାରା ଗରୀବ, ଅସହାୟ, ବୃଦ୍ଧ, ବୃଦ୍ଧାମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। କ୍ଳବର ସହ ସମ୍ପାଦକ ସୁଶାନ୍ତ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରିଥିଲେ। ଭାପୁର ପ୍ରେସ କ୍ଲବର ଏଭଳି ମହତ ଉଦ୍ଦେଶ୍ୟକୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ସାହିତ୍ୟିକ ଆଲୋଚନା ଓ କବିତା ପାଠୋତ୍ସବ by Proprietor Abhimanyu Maharana October 13, 2026 ଯୁବକଙ୍କୁ ଘରୁ ଘୋଷାଡ଼ି ଆଣି ନିର୍ମମ ହତ୍ୟା, ୨ ଅଭିଯୁକ୍ତ ଅଟକ by Proprietor Abhimanyu Maharana October 13, 2026 କଣ୍ଟାବାଞ୍ଜିରେ କିନ୍ନର ସମାଜ ପକ୍ଷରୁ ଭବ୍ୟ ନବରାତ୍ରୀ ପୂଜା, ସହରବାସୀଙ୍କ ମଙ୍ଗଳ କାମନା by Proprietor Abhimanyu Maharana October 12, 2026 ମର୍ଦ୍ଦରାଜ ପୁର ପୁରୁଣା ସାହି, ବୋଦଶା ଗାଁ ରାସ୍ତା ର ଅବସ୍ଥା ଶୋଚନୀୟ by Proprietor Abhimanyu Maharana October 12, 2026 ଜିଲ୍ଲା ସ୍ତରୀୟ ମହକ ଓ ଉତ୍ସାହ ୨୦୨୬ ଅନୁଷ୍ଠିତ by Proprietor Abhimanyu Maharana October 12, 2026 ଦିନରେ ବାଲିବନ୍ତ ରୁ ବାଲି ଚୋରି ଧୃତରାଷ୍ଟ୍ର ପରି ବସିଛି ପ୍ରଶାସନ : ଭୁଶୁଡି ପଡିବ ହରିସହଦେବ ମନ୍ଦିର by Proprietor Abhimanyu Maharana October 12, 2026