୧୭ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା ବ୍ଲକ :-> କୁମାଣ୍ଡୋଳ ପାଟଣା ସ୍ଥିତ ଓମ୍ ଟିଉଟରିଆଲ୍ ର ୨୦ବର୍ଷ ପୂର୍ତ୍ତି ଉତ୍ସବ ଅବସର ରେ ଶିଶୁ ଉତ୍ସବ ୨୦୨୪ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ଅନୁଷ୍ଠାନ ର ପରିଚାଳକ ରଞ୍ଜନ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ବାବାଜୀ ପଦ୍ମ ପାଣି ଦାସ, ଶିକ୍ଷକ କାଶୀ ନାଥ ଘଡେ଼ଇ,ଶରତ ଚନ୍ଦ୍ର ବାରିକ, ଯଜ୍ଞେଶ୍ଵର ସାମନ୍ତରାୟ, ଶିଶୁ ସାହିତ୍ୟିକା ଭିକାରୀ ଚରଣ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ ଵୋଧନ ଦେଇଥିଲେ ।

