Home ଓଡ଼ିଶା ପ୍ରଗତି ସଂସ୍କୃତିକ ପରିଷଦ ପକ୍ଷରୁ “ଆମ ଗାଁ ଆମ ଗୌରବ” କାର୍ଯ୍ୟକ୍ରମ ଅନୁଷ୍ଠିତ : ନିଜ ଗ୍ରାମର ପ୍ରତିଭାମାନଙ୍କୁ ସମ୍ମାନିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୭ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଗୋପ ବ୍ଲକ ଅଧିନସ୍ତ ଓଡ଼ମ୍ବା ର ପ୍ରଗତି ସଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ହୋଇଛି ଆମ ଗାଁ ଆମ ଗୌରବ କାର୍ଯ୍ୟକ୍ରମ। ଏହା ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ରେ ଆୟୋଜିତ ହେଉଥିବାବେଳେ ଚଳିତବର୍ଷ ଗ୍ରାମର ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଛି। ପ୍ରଗତି ସଂସ୍କୃତିକ ପରିଷଦ ଟି ରାଜ୍ୟସ୍ତରୀୟ ଏକ ପଞ୍ଜିକୃତ ଓ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ ଅଟେ l ସେତେବେଳେ ପ୍ରାଥମିକ ପର୍ଯ୍ୟାୟରେ ଯେଉଁ ସବୁ ବ୍ୟବସ୍ତା ଓ ସହଯୋଗ ର ସୁବିଧା ରହିଥିଲା ହୁଏତ ଆଜି ତାହା ଦେଖିବାକୁ ମିଳୁନାହିଁ l ଏହା ଓଡମ୍ବା ଗ୍ରାମର କିଛି ଉଦୟମାନ ବ୍ୟକ୍ତି ଙ୍କ ଦ୍ଵାରା ସ୍ଥାପନ କରାଯାଇଥିଲା l ପଞ୍ଜିକରଣ ନିମାନେଏହାକୁ 1976 ମସିହା ରେ କଟକ ଠାରେ ଉକ୍ତ ସଂଗଠନ କୁ ପଞ୍ଜିକରଣ କରାଯାଇଥିଲା l ଯେଉଁଟା କୀ ପୁରୀ ଜିଲ୍ଲାର ପ୍ରଥମ ରାଜ୍ୟସ୍ତରୀୟ ସଂଗଠନ ଭାବେ ମାନ୍ୟତା ମଧ୍ୟ ମିଳିଥିଲା l ପ୍ରତିଟି ସଦସ୍ୟ ଙ୍କ ଗୋଟିଏ ଲକ୍ଷ୍ୟ ଗାଆଁ କୁ ଆଗକୁ ନେଇ ଓଡ଼ିଶାରେ ପରିଚିତ କରିବା। ଏଥିସହ ଗ୍ରାମର କୁନି କୁନି ଶିଶୁକଳାକାରମାନଙ୍କ ଦ୍ଵାରା ଖୁବ ସୁନ୍ଦର ଓ ଚିତାକର୍ଷକ ସଂଗୀତ ପରିବେଷଣ କରିଥିଲେ l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଓଡ଼ମ୍ବା ଗ୍ରାମର ମୁଖିଆ ନରେନ୍ଦ୍ର ଦାଶ, ଯୋଗେନ୍ଦ୍ର ଦଳାଇ, ଶିବ ପ୍ରସାଦ ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ ରହିଥିବା ବେଳେ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସମ୍ପାଦନା କରିଥିଲେ ଲକ୍ଷ୍ମୀଧର ଭୋଳ, ଅଭିମନ୍ୟୁ ସ୍ୱାଇଁ, ସଂଗ୍ରାମ କେଶରୀ ଭୋଳ, ଅଜୟ ଭୂୟାଁ,ଚିତ୍ତରଞ୍ଜନ ସ୍ବାଇଁ, ବୈକୁଣ୍ଠ ସ୍ୱାଇଁ, ଆଦି ବରିଷ୍ଠ ବ୍ୟକ୍ତି ବିଶେଷ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ଗତକାଲି ସନ୍ଧ୍ୟା ସମୟରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଗ୍ରାମର ଯୁବକ ଓ ଯୁବତୀମାନେ ବିଭିର୍ନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିବା ସହିତ ଗାଁ ର ମାନ ସମ୍ମାନ ଉପରେ ରଖିଥିବାରୁ ସମ୍ମାନିତ କରାଯାଇଥିଲା l ସେମାନେ ସବୁ ହେଲେ :- ଅର୍ଗସ ଟିଭି ଉପସ୍ଥାପିକା କବିତା ସ୍ୱାଇଁ, ଓଡିଶା ଆଦର୍ଶ ବିଦ୍ୟାଳୟ ର ଶିକ୍ଷୟତ୍ରୀ ତିଲତମା ସ୍ୱାଇଁ, ଦେଶର ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରେ ଥିବା ଦୁଇଭାଇ ହେଲେ ଅଭିଜିତ ସ୍ୱାଇଁ, ଜ୍ୟୋତିପ୍ରକାଶ ସ୍ୱାଇଁ, ବ୍ୟଙ୍କ କ୍ଷେତ୍ରରେ ରାଜେଶ୍ୱରୀ ସ୍ୱାଇଁ, ମଲ୍ଟି ନେସନାଲ କମ୍ପାନୀ କ୍ଷେତ୍ରରେ ପ୍ରଣତି ସ୍ୱାଇଁ, ପ୍ରଭୁତିଙ୍କୁ ଅନୁଷ୍ଠିତ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଗୋପ ବ୍ଲକ ର ପ୍ରଥମ ଗାଁ ଯେଉଁଠି ରାଜନୀତି ରୁ ଉର୍ଦ୍ଧରେ ରହି ଗାଁ ର ସାମୁହିକ ବିକାଶ କଥା ଚିନ୍ତା କରାଯାଇଥାଏ l ଉକ୍ତ ଗାଁ ର ଅନ୍ୟ ଏକ ବିଶ୍ୱତତ୍ୱ ଟି ହେଉ ଗାଁ ଟି କିପରି ବିନା ସରକାରୀ ସହାୟତା ରେ ଆତ୍ମନିର୍ଭରଶୀଳ ହୋଇପାରିବ ସେଥିପାଇଁ ସେହିଁ ଗାଁ ର ଉଦୟମାନ ଯୁବକ ସଂଗ୍ରାମ କେଶରୀ ଭୋଳ ଓ ତାଙ୍କ ସହଯୋଗୀଙ୍କ ପ୍ରୟାସ ରହିଛି l ଆଗାମୀ ଦିନରେ ନିଶ୍ଚିତ ଅନ୍ୟ ଅଞ୍ଚଳ ପାଇଁ ଏକ ଉଦାହରଣ ସୃଷ୍ଟି କରିବ ଏଥିରେ ସନ୍ଧେହ ନାହିଁ l Categories: ଓଡ଼ିଶା, ପୁରୀ, ହୋମ୍ Related Content ବରିଷ୍ଠ ଫଟୋ ସାମ୍ବାଦିକଙ୍କ ମାତୃ ବିୟୋଗ by Proprietor Abhimanyu Maharana August 8, 2026 ଜାତୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ରଥଯାତ୍ରା, ବାଲିଯାତ୍ରା, ଓଡ଼ିଶୀ ଓ ଛଉ ନୃତ୍ୟ - ସାଂସଦ ଦିଲ୍ଲୀପ ରାୟ by Proprietor Abhimanyu Maharana August 8, 2026 ହିରୋସୀମା ଦିବସ ପାଳିତ, ଶାନ୍ତି ର ବାର୍ତ୍ତା ବଣ୍ଟନ by Proprietor Abhimanyu Maharana August 7, 2026 ବ୍ରହ୍ମାନନ୍ଦ ସ୍ବାଇଁଙ୍କ ପରଲୋକ by Proprietor Abhimanyu Maharana August 7, 2026 ମାଲକାନଗିରି ଜିଲ୍ଲା ଗସ୍ତରେ ଆଇପିଆର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ ପ୍ରଧାନ : କାର୍ଯ୍ୟର ସମୀକ୍ଷା ସହ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ by Proprietor Abhimanyu Maharana August 7, 2026 ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି by Proprietor Abhimanyu Maharana August 7, 2026