Home ଓଡ଼ିଶା ପ୍ରଜ୍ଞାନ ମିଶନ ଦ୍ବାରା ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୭ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ପ୍ରଜ୍ଞାନ ମିଶନ, ଓଡ଼ିଶାଦ୍ଵାରା ଜିଲ୍ଲା ସ୍ତରୀୟ ଗୀତା ସୁଗୀତା କର୍ତ୍ତବ୍ୟା କାର୍ଯ୍ୟକ୍ରମ ତଥା ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ ସରସ୍ଵତୀ ବିଦ୍ୟା ମନ୍ଦିର ,ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଛି। ବିଭିନ୍ନ ବ୍ଲକର ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ଆସିଥିବା ୭୦ରୁ ଅଧିକ ଛାତ୍ର ଛାତ୍ରୀ ମାନେ ଗୀତାର ଚତୁର୍ଥ ଅଧ୍ୟାୟକୁ ଆବୃତ୍ତି କରିଥିଲେ। ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବରିଷ୍ଠା କାର୍ଯ୍ୟକାରିଣୀ ସଦସ୍ୟା ମନୋରମା ପରିଡ଼ା ଯୋଗଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। ଜିଲ୍ଲାସଂଯୋଜକ ହରେକୃଷ୍ଣ ମୁଦୁଲି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଉଦ୍ଘାଟକ ଭାବେ ଚନ୍ଦ୍ରଭାନୁ ବରାଡ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନପୂର୍ବକ ଉଦ୍ଘାଟନ କରିଥିଲେ। ବିଚାରକ ଭାବେ ଅଧ୍ୟାପିକା ଶୁଭଲକ୍ଷ୍ମି ସାହୁ, ଅଧ୍ୟାପକ ରବୀନ୍ଦ୍ର କୁମାର ଦାସ,ଶିକ୍ଷୟିତ୍ରୀ ଲକ୍ଷ୍ମୀ ଚନ୍ଦନା ବିଶ୍ଵାଳ , ରଜନୀ ରାଉତ, ଋତୁପର୍ଣ୍ଣା ମହାନ୍ତି,ଅଧ୍ୟାପକ ଅକ୍ଷୟ କୁମାର ସାହୁ, ଆଲୋକ କୁମାର କର ,ଗୋବିନ୍ଦ ଚନ୍ଦ୍ର ସାହୁ, ସର୍ବେଶ୍ଵର ପଟ୍ଟନାୟକ,କେଦାର ଚନ୍ଦ୍ର ନାୟକ, ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ ,ଭାସ୍କର ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇ ପ୍ରତିଯୋଗିତା ପରିଚାଳନା କରିଥିଲେ । କାର୍ଯକ୍ରମ ସଂଯୋଜକ ଭାବେ ବନବିହାରୀ ସାହୁ,ଶାନ୍ତନୁ କୁମାର ସ୍ବାଇଁ ଓ ଡ: ସନ୍ତୋଷ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ। ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଥିବା ପ୍ରତିଯୋଗୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ।ଶେଷରେ ସାମୁହିକ ଶାନ୍ତି ପାଠ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content Odiapreneur 3.0 State-Level Hackathon Inaugurated at IIT Bhubaneswar by Proprietor Abhimanyu Maharana October 1, 2026 ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026