ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର : – ଭୁବନେଶ୍ୱର ସେବା, କଳା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ରାଜଧାନୀ ପ୍ରତିଷ୍ଠିତ ଅନୁଷ୍ଠାନ ତୁଷାର ·ରିଟେବୁଲ୍ ଟ୍ରଷ୍ଟ ଓ ରାଜଧାନୀ ପାଠଗାରର ମିଳିତ ଆନୁକୂଲ୍ୟରେ ଏବଂ ଭୁବନେଶ୍ୱର ବଡ଼ିବିଲ୍ଡ଼ିଙ୍ଗ ଆସୋସିଏସନର ତ୍ୱାବଧାନରେ ପ୍ରତିବର୍ଷ ଭଳି ଆସନ୍ତା ୨୦୨୦, ଜାନୁୟାରୀ ୧୦ ତାରିଖ ସନ୍ଧ୍ୟାରେ ୬ଷ୍ଠ ତୁଷାରଶ୍ରୀ ଜିଲ୍ଲାସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ୟୁନିଟ୍-୪ସ୍ଥିତ ମଧୁସୂଦନ ପାର୍କ ପରିସରରେ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ସାମ୍ବାଦିକ ସ୧ିଳନୀରେ ରାଜଧାନୀ ପାଠାଗାରର ସମ୍ପାଦକ ଡ. ପ୍ରସନ୍ନ କୁମାର ନନ୍ଦଙ୍କ ସମେତ କୋଷାଧ୍ୟକ୍ଷ ଡ. ବିଭୂତି ପଣ୍ଡା, ପ୍ରଶାନ୍ତ କୁମାର ପାଣି, ମନୋଜ କୁମାର ମିଶ୍ର, ବଦ୍ରି ନାରାୟଣ ମିଶ୍ର, ଟ୍ରଷ୍ଟର ସଭାପତି ଜିତେନ୍ଦ୍ର କୁମାର ଜେନା, ପରାମର୍ଶଦାତା ସନ୍ତୋଷ ଜେନା, ଗୋଲକ ବହାରୀ ନାୟକ, ବିକାଶ ପ…ନାୟକ, ନବକିଶୋର ବେହେରା, ଶଶୀ ସାହୁ, ମାୟଧର ବାରିକ, ଭୁବନେଶ୍ୱର ବଡ଼ିବିଲ୍ଡ଼ିଙ୍ଗ ଆସୋସିଏସନର ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ମହାସୁଆର ଓ ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ କୁମାର ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ରାଜଧାନୀ ପାଠାଗାରର ସକ୍ରିୟ ସହଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିବାରୁ ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକ କୃତଜ୍ଞତା ପ୍ରକାଶ କରିବା ସହିତ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ପ୍ରତିଯୋଗିତାରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀମାନଙ୍କୁ ଅଂଶଗ୍ରହଣ କରିବାକୁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି ।
ଜାନୁୟାରୀ ୧୦ରେ ଜିଲ୍ଲାସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା

Related Content
ରଣପୁର ରାଜନୀତିରେ ସୁରମାଙ୍କ ପାଇଁ ମଇଦାନ ଖାଲି; ସମ୍ବିତଙ୍କ ଫମ୍ପା ପ୍ରତିଶୃତିକୁ ନେଇ ବଢ଼ୁଛି ଚର୍ଚ୍ଚା
by
Proprietor Abhimanyu Maharana
July 24, 2026
ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା
by
Proprietor Abhimanyu Maharana
July 23, 2026
ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ
by
Proprietor Abhimanyu Maharana
July 23, 2026
ଜରିପଡା,ପୋଡ଼lପଟଣା ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ କାଦୁଅ ପାଣି , ହନ୍ତସନ୍ତ ଛାତ୍ରଛାତ୍ରୀ
by
Proprietor Abhimanyu Maharana
July 23, 2026
ନିଟ୍ ପ୍ରଶ୍ନପତ୍ର ଚୋରି ଓ ରାହୁଲ ଗାନ୍ଧୀଙ୍କ ବିରୋଧ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ
by
Proprietor Abhimanyu Maharana
July 23, 2026