୧୭ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ବିଶ୍ବପ୍ରସିଦ୍ଧ ପର୍ଯ୍ୟଟନ ଓ ତୀର୍ଥକ୍ଷେତ୍ର ପୁରୀ ର ସ୍ବର୍ଣ୍ଣାଭ ବେଳାଭୂମି ର ବଳିଆପଣ୍ଡା କାମେଲିଆ ହୋଟେଲ ଠାରୁ ସୁଭ ପ୍ୟାଲେସ ସମ୍ମୁଖ ସମୁଦ୍ରକୂଳରେ ନିର୍ମାଣ ହେଉଥିବା ୬୦ରୁ ଉର୍ଦ୍ଧ୍ବ କୋଠାଘର ସମୁଦ୍ର କୂଳରେ କୁ ପ୍ରଭାବ ସହିତ ବେଳାଭୂମି ର ସୌନ୍ଦର୍ଯ୍ୟ ନଷ୍ଟ କରିବ । ଏହି ତରବରିଆ ଭାବେ ବିଚ ରେ ପାଇଲିଙ୍ଗ କରି ଲୁହା ଛଡ ଗୋଡି ସିମେଣ୍ଟ କଂକ୍ରିଟ ନିର୍ମାଣ କରି ରାତାରାତି ନିର୍ମାଣ ହେଉଥିବା ଶହ ଶହ ପିଲାର ଓ ଘର ଦ୍ୱାରା ପରିବେଶ ଆଇନିର ଉଲଂଘନ ହେଉଛି । ଧର୍ମକୁ ଆଖିଠାର ପରି ସମିତି ଜରିଆରେ ଏହି ସାପ କୋଠୀ ମତ୍ସ୍ଯ ଅବତରଣ କେନ୍ଦ୍ର ସମ୍ପୁର୍ଣ୍ଣ ବେଆଇନି ।
ତିନୋଟି ମତ୍ସ୍ଯଜୀବୀ ସମିତି ଏହି କାର୍ଯ୍ୟକୁ ସହଯୋଗ କରୁଥିବା ଶୁଣିବାକୁ ମିଳୁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ପୁରୀ ସମୁଦ୍ରକୂଳରେ ଉଚ୍ଚତମ ଢେଉ ପିଟି ହେଉଛି । ବାତ୍ଯା, ସୁନାମି ଅଞ୍ଚଳ ଭାବେ ପୁରୀ ସମୁଦ୍ର ରହିଛି । କୋଠା ନିର୍ମାଣ କାର୍ଯ୍ଯରେ ସ୍ଥାନୀୟ ଲୁହାରଡ ବ୍ଯବହାର ହେଉଥିବାରୁ ଏହା ଖୁବ କମ ବର୍ଷ ଭିତରେ ସମୁଦ୍ର ଲୁଣି ପବନ ଯୋଗୁ ଛଡ କଳଙ୍କି ଲାଗିବା ସହ ପିଲରକୁ ଫଟାଇବା ସମ୍ଭାବନା ରହିଛି । କମ ଉଚ୍ଚତାରେ ଘରର ପ୍ଲେସମେଣ୍ଟ ନିର୍ମାଣ କରାଯାଇ ଘର ଭିତର ଓ ବାହାର ବାଲିରେ ପୋତି ଦିଆଯାଉଛି । ସମୁଦ୍ରକୂଳେ ଲୁହାରଡ ଗୋଡି ସିମେଣ୍ଟ ବ୍ଯବହାର ହୋଇ ସ୍ଥାୟୀ ନିର୍ମାଣ କରାଯାଉଥିବାରୁ ଏହାକୁ ତୁରନ୍ତ ବନ୍ଦ କରାଯିବା ଉଚିତ ।
