୧୭ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଡମପଡ଼ା ବ୍ଲକ ଅନ୍ତର୍ଗତ ରଗଡି ଗ୍ରାମର ଗୁଣ୍ଡିଚା ପଡିଆ ଠାରେ ୫ଦିନ ଧରି ଚାଲିଥିବା ଶ୍ରୀଶ୍ରୀ କାର୍ତ୍ତିକେଶ୍ୱର ମହୋତ୍ସବ ଉଦ୍ଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ବାଙ୍କୀର ପ୍ରାକ୍ତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଗ୍ରାମର କଳା, ସାହିତ୍ୟ ଓ ସଂସ୍କୃତି ସହିତ ପୂଜ୍ୟପୂଜାର ମହାନ୍ ପରମ୍ପରାକୁ ଏହି ମହୋତ୍ସବ ଅକ୍ଷୂର୍ଣ୍ଣ ରଖିଥିବା ତାଙ୍କ ବକ୍ତବ୍ୟରେ କହିଥିଲେ ।
