୧୭ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀର ଇଷ୍ଟଦେବୀ ମା’ଚର୍ଚ୍ଚିକାଙ୍କ ପୀଠାରେ ୧୦ତାରିଖ ଠାରୁ ଆରମ୍ଭ ହୋଇଥିବା ବିଶ୍ୱଶାନ୍ତି ମହାଯଜ୍ଞ, ଅଷ୍ଟପ୍ରହରୀ ନାମ ଓ ଭାଗବତ କାର୍ଯ୍ୟକ୍ରମ ଆଜି ସନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି । ଆଜି ପ୍ରାତଃ ସମୟରୁ ସୂର୍ଯ୍ୟପୂଜା, ଗୋ ପୂଜା, ମଣ୍ଡଳପୂଜା, ସପ୍ତସତୀ ଚଣ୍ଡୀ ଆହୂତି ଆଦି କାର୍ଯ୍ୟକ୍ରମ ହେବା ସହିତ ସଂନ୍ଧ୍ୟାରେ ପୂର୍ଣ୍ଣାହୂତି ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଯୋଗଦାନ କରି ପୂର୍ଣ୍ଣାହୂତି ପ୍ରଦାନ କରିବା ସହିତ ମା’ଚର୍ଚ୍ଚିକା ଠାକୁରାଣୀଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ ।
