ହରିରାଜପୁର ତୋଟାସାହି ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

୧୭ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ   :-> ଡମପଡ଼ା ବ୍ଲକ ଅନ୍ତର୍ଗତ ହରିରାଜପୁର ତୋଟାସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ଅବସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଦୁଷ୍ମନ୍ତ କୁମାର ଦଳେଇ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଡମପଡ଼ା ବ୍ଲକ ଶିକ୍ଷାଧିକାରୀ ସନ୍ତୋଷ କୁମାର ସେଠୀ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ବେହେରା, ସି.ଆର.ସି.ସି ବିଭୂତି ଭୂଷଣ ସେଠୀ ସ୍ୱତନ୍ତ୍ର ଅତିଥି ଭାବେ ଓୟାରହାଉସ୍ କର୍ପୋରେସନର ପୂର୍ବତନ ଜେନେରାଲ ମ୍ୟାନେଜର ଡକ୍ଟର ପ୍ରସନ୍ନ କୁମାର ମିଶ୍ର ଯୋଗଦାନ କରିଥିଲେ ।

ଏହି ଅବସରରେ ବିଦ୍ୟାଳୟର ଗୋଟିଏ କକ୍ଷକୁ ଡକ୍ଟର ପ୍ରସନ୍ନ କୁମାର ମିଶ୍ରଙ୍କ ମାତା ଇନ୍ଦୁମତୀ ମିଶ୍ରଙ୍କ ନାମରେ ନାମିତ କରିବା ସହିତ ଡକ୍ଟର ପ୍ରସନ୍ନ କୁମାର ମିଶ୍ରଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ସେଠୀ ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷକ ପ୍ରଶାନ୍ତ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମକୁ ଗୀତାରାଣୀ ପଣ୍ଡା, ପ୍ରତୀମା ସାହୁ ଓ ନମିତା ସ୍ୱାଇଁ ପରିଚାଳନା କରିଥିବା ବେଳେ ଦୁର୍ଯ୍ୟୋଧନ ଗୋଚ୍ଛାୟତ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version