Home ଓଡ଼ିଶା ବୈଦ୍ୟେଶ୍ୱରରେ ବୋଇତ ବନ୍ଦାଣ ମହୋତ୍ସବ, ନୌବାଣିଜ୍ୟ ପରମ୍ପରାକୁ ବୈଦ୍ୟେଶ୍ୱରବାସୀ ମନେପକାଇଲେ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୭ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦେଶ୍ୱର ଗ୍ରାମର ବୈଦ୍ୟେନାଥ ପୀଠ ତଟଦେଶରେ ମହାନଦୀରେ ଆଜି ବୋଇତବନ୍ଦାଣ ମହୋତ୍ସବ-୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବୈଦ୍ୟେଶ୍ୱର ଛକ ଠାରୁ ରବିନାରାୟଣ ମଙ୍ଗରାଜଙ୍କ ତତ୍ତ୍ୱାବଧାନରେ ଗ୍ରାମ ପରିକ୍ରମା କରି ମହାନଦୀ କୂଳରେ ପହଞ୍ôଚବା ପରେ ନୌକାକୁ ପୂଜାର୍ଚ୍ଚନା କରାଯାଇଥିଲା । ମୁଖ୍ୟଅତିଥି ଭାବେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ନଡିଆ ଓ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ବୋଇତବନ୍ଦାଣ ମହୋତ୍ସବକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସରପଂଚ ସୁରଞ୍ଜନ ପଣ୍ଡା ଧୂପ ଦୀପ ଦେଇ ନୌକାକୁ ପୂଜା କରିଥିଲେ । ଉତ୍କଳର ବୋଇତ ବନ୍ଦାଣ ପରମ୍ପରାକୁ ମନେପକାଇ ଏବଂ ବୈଦ୍ୟେଶ୍ୱର ନୌବାଣିଜ୍ୟ ପରମ୍ପରାକୁ ଉଦ୍ଜ୍ଜୀବିତ କରିବା ଉଦ୍ଦେଶ୍ୟରେ ସାଧବ ପୁଅ , ବୋହୂ ଓ ତଅପୋଇ ବେଶରେ ଗ୍ରାମର ଝିଅମାନେ ସଜିତ ହୋଇଥିଲେ । ସାଧବ ବୋହୂ ବନ୍ଦାପନା କରି ସାଧବ ପୁଅକୁ ବେପାର ପାଇଁ ମେଲାଣି ଦେବା ସହ ସେମାନଙ୍କର ଶୁଭମାନଷୀ ଥିଲେ । ବୈଦ୍ୟନାଥ ଘାଟଠାରୁ ନୌକାରେ ସାଧବ ପୁଅମାନେ ମହାନଦୀ ବକ୍ଷରେ ଜଳଯାତ୍ରା କରି ରାମନାଥ ଘାଟ ଠାରେ ନୌକାରୁ ଓହ୍ଲାଇବା ପରେ ସାଧମବୋହୁମାନେ ବନ୍ଦାପନା କରି ପ୍ରାଚୀନ ମା’ଦୁର୍ଗାପୀଠ କୁ ପାଛୋଡି ନେଇଥିଲେ । ସେଠାରେ ଏକ ସଭା ସମାଜସେବୀ ରବିନାରାୟଣ ମଙ୍ଗରାଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଆଜକୁ ୭ବର୍ଷ ହେଲା ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହେଉଛି ବୋଲି ସଭାପତି ଶ୍ରୀ ମଙ୍ଗରାଜ ପ୍ରକାଶ କରିଥିଲେ । ମୁଖ୍ୟଅତିଥି ଭାବେ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଆଜକୁ ଏକ ଶହ ବର୍ଷରୁ ଉର୍ଦ୍ଧ୍ୱ ଏହି ବୈଦ୍ୟେଶ୍ୱର ପୀଠରେ ନୌବାଣିଜ୍ୟ କେନ୍ଦ୍ର ରହିଥିଲା ଓ ଏଠାକୁ ସୋନପୁର, ବୌଦ୍ଦ, ସମ୍ବଲପୁର ଆଦି ଅଞ୍ଚଳରୁ ପଣ୍ୟଦ୍ରବ୍ୟ ଓ ମାଟି ନିର୍ମିତ ପାତ୍ର ଆସୁଥିଲା ବୋଲି ପ୍ରକାଶ କରିଥିଲେ । ତେଣୁ ନୌବାଣିଜ୍ୟ ପରମ୍ପରା ବୈଦ୍ୟେଶ୍ୱର ପାଇଁ ଗୌରବର ପ୍ରତୀକ ଓ ଗାଥା ଭାବେ ରହିଛି ବୋଲି ପ୍ରାଧ୍ୟାପକ ମହାପାତ୍ର ଉଲ୍ଲେଖ କରିଥିଲେ । ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଂଚ ସୁରଞ୍ଜନ ପଣ୍ଡା ଯୋଗଦାନ କରି ନୌବାଣିଜ୍ୟ ପରମ୍ପରା ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଡଃ. ସୁବିତ୍ ପଟ୍ଟନାୟକ ଯୋଗଦାନ କରି ବୈଦ୍ୟେଶ୍ୱର ମାଟିର ପୁରାତନ ଐତିହ୍ୟ , ସଂସ୍କୃତି ଓ ନୌବାଣିଜ୍ୟ କେନ୍ଦ୍ର ଉପରେ ଆଲୋକପାତ କରିଥିଲେ । ଅତିଥି ଭାବେ ଜୟକୃଷ୍ଣ ସାହୁ, ଜୟଦେବ ସାମନ୍ତରାୟ, ଅଯୋଧ୍ୟା ବ୍ରହ୍ମ , ଆଶିଷ କୁମାର ପଟ୍ଟନାୟକ, ବ୍ରଜବନ୍ଧୁ ସାହୁ, ସୁବାସ ଚନ୍ଦ୍ର ଦଳେଇ, ଲଲାଟେନ୍ଦୁ ପଣ୍ଡା ପ୍ରମୁଖ ଯୋଗଦାନ କରି ଉତ୍ସବକୁ ସଫଳ କରିଥିଲେ । ଶେଷରେ ପୂର୍ବତନ ସମିତି ସଭ୍ୟ ତଥା ସମାଜସେବୀ ଚୌଧିରୀ ସରୋଜ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ମା' ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ by Proprietor Abhimanyu Maharana June 18, 2026 କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ by Proprietor Abhimanyu Maharana June 18, 2026 ଚତୁର୍ଥ ବସୁମତି ସ୍ନାନ ବା ଠାକୁରାଣୀ ବୁଡ଼ ପାଳନ by Proprietor Abhimanyu Maharana June 18, 2026 ରଜ ଉପଲକ୍ଷେ ତାସ ଟୁର୍ଣ୍ଣାମେଣ୍ଟ by Proprietor Abhimanyu Maharana June 18, 2026 ବିଭିନ୍ନ ଅଂଚଳ ରୁ ଆସି ଫ୍ଲାଟରେ ଏକାଠି ରହୁଥିବା ଅନ୍ତେବାସୀ ଙ୍କ ମହିଳାମାନେ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳିଲେ ରଜ ମହୋତ୍ସବ by Proprietor Abhimanyu Maharana June 18, 2026 କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୂରା ଗ୍ରାମ ଠାରେ କୋଠ ଗୃହ ର ଶୁଭ ଉଦଘାଟନ କଲେ ବିଧାୟକ ରୂପେଶ ପାଣିଗ୍ରାହୀ by Proprietor Abhimanyu Maharana June 18, 2026