Home ଓଡ଼ିଶା ଅତନୁଙ୍କ ବୟାନ ପରେ ବିଜେପି ପାଇଁ ଅଲୋଡ଼ା ହେଲେକି ସ୍ୱାଧୀନ ବିଧାୟକ ସାରଦା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୭ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ରାଜ୍ୟରେ ବିଜେଡି ଓ ବିଜେପି ବୟାନ ବାଜିରେ ବଳି ପଡିଲେକି ବିଜେପିର ତଡାଖିଆ ସ୍ୱାଧୀନ ବିଧାୟକ ସାରଦା, କେନ୍ଦ୍ର ମନ୍ତ୍ରୀଙ୍କ ବଳରେ ବଳିୟାନ ଏହି ବିଧାୟକ ମାହାଙ୍ଗା ଠାରୁ ଆରମ୍ଭକରି ଭୁବନେଶ୍ୱର ପର୍ଯ୍ୟନ୍ତ ବିଭିନ୍ନ ସଭାସମିତି ଓ ଉତ୍ସବରେ ବିଜେପି ମନ୍ତ୍ରୀ ନେତାଙ୍କୁ ଏକାଠି କରି ନିଜର ଦବଦବା ଜାହିର କରି ଆସୁଥିବା ହାଇ ଭୋଲ୍ଟେଜ ବିଧାୟକ ସାରଦା ଙ୍କୁ ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରାରେ ନିମନ୍ତ୍ରଣ କରାନଯିବା ଘଟଣା ଏବେ ସାରଦାଙ୍କ ଅନଧିକାର ପାୱାର କୁ ଏବେ ପଦାରେ ପକାଇଛି। ବିଜେଡିର ହାଇ ଲେବୁଲ ନେତା ଅତନୁ ସବ୍ୟସାଚୀ ଏକ ସଭାରେ ବିଜେଡି ର ନବୀନ ସରକାର ପୁଣି ଶାସନକୁ ଫେରିବ ଆଉ ଆମ ପାଖରେ କଂଗ୍ରେସ ଓ ସ୍ୱାଧୀନ ବିଧାୟକ ସମର୍ଥନ ଦେବା ପାଇଁ ଯୋଗାଯୋଗରେ ଥିବା ବୟାନ ବୋଧେ ଏବେ ବିଧାୟକ ସାରଦା ପ୍ରଧାନଙ୍କ ପାଇଁ କାଳ ହୋଇଛି। ଯେଉଁଥି ପାଇଁ ତାଙ୍କୁ ବାଲିଯାତ୍ରା ରେ ବିଜେପି ନେତା ମନ୍ତ୍ରୀଙ୍କ ସଭାରେ ସାରଦାଙ୍କୁ ବାରଣ କରାଯିବା ସହ ନିମନ୍ତ୍ରଣ କରଣାଯାଇଥିବା କଟକ ସହରରେ ମୁଖ୍ୟ ଆଲୋଚନାର ବିଷୟ ବସ୍ତୁ ହୋଇଛି, ଯେଉଁ ନେତା ମାହାଙ୍ଗା ବୈଷ୍ଣବପାଣି ଜୟନ୍ତୀରେ ମାଳ ମାଳ ମନ୍ତ୍ରୀ ଙ୍କୁ ଆଣି ନିଜର କ୍ରେଜ ଦେଖାଇବା ସହ ବୈଷ୍ଣବପାଣି ଙ୍କ ଅପ୍ରକାଶିତ ଗୀତିନାଟ୍ୟକୁ ଇଂରାଜୀରେ ଅନୁବାଦ କରି ବାଲିଯାତ୍ରାରେ ଉନ୍ମୋଚନ କରାଯିବ ବୋଲି ଘୋଷଣା କରିଥିଲେ ଏହା ଭାଷଣ ବାଜିରେ ରହିଯାଇଛି। ମାହାଙ୍ଗା ବାସି ଜାଣିସାରିଲେଣି ସାରଦା କେବଳ ଭାଷଣରେ ବିକାଶ କରୁଛନ୍ତି ମାହାଙ୍ଗାର, ତାଙ୍କ ଦ୍ୱାରା କୁଶ କଁଅଳିବନି ମାହାଙ୍ଗାରେ। ଯିଏ ବିଜେପି ଦଳ ସହ ବେଇମାନ କରି ମାହାଙ୍ଗାରେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରି ନିଜେ ସ୍ୱାଧୀନ ଭାବେ ଲଢ଼ି ବିଜେପି ଭୋଟ ହାତେଇ ଜିତିଲେ ତାଙ୍କୁ ବିଜେପି ଦଳ ବିଶ୍ୱାସକୁ କେମିତି ନେବ ଆଉ ଦଳରେ ସାମିଲ କଲେ ଦଳ ମାହାଙ୍ଗାରେ ରସାତଳଗାମୀ ହେବ ବୋଲି ସାଧାରଣ କର୍ମୀ ମାନେ କହି ବୁଲିଲେଣି। ଅନ୍ୟପଟରେ ବିଜେପି ସରକାରକୁ ବଦନାମ କରିବା ଓ ନିଲମ୍ବନର ପ୍ରତିଶୋଧ ନେବା ପାଇଁ ବିଧାୟକ ସାରଦା ମାହାଙ୍ଗା ବ୍ଲକ ର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ଜାଣିଶୁଣି ବନ୍ଦ କରିଦେଇଥିବା ଘଟଣା ମାହାଙ୍ଗା ବିଜେପି ନେତା ଓ କର୍ମୀଙ୍କୁ ଶକ୍ତ ଆଘାତ ଦେଇଛି। କୋଉ ମୁହଁ ନେଇ ବିଜେପି ନେତା ଓ କର୍ମୀ ଏବେ ସାଧାରଣ ଭୋଟରଙ୍କୁ ସାମ୍ନା କରିବେ ତାହା ବଡ଼ ପ୍ରଶ୍ନ ହୋଇଛି। ବେଳ ଥାଉ ଥାଉ ବିଜେପି ରାଜ୍ୟ ମୁଖିଆ ଓ ମୁଖ୍ୟମନ୍ତ୍ରୀ ମାହାଙ୍ଗା ରେ ଜାରି ହୋଇଥିବା ଅଚଳାବସ୍ଥା କୁ ଦୂର ନକଲେ ମାହାଙ୍ଗାରେ ବିଜେପି ସମୂଳେ ଧ୍ବଂସ ପାଇଯିବ ବୋଲି ରାଜନୈତିକ ବିଶାରଦ ମାନେ କହି ବୁଲିଲେଣି l Categories: ଓଡ଼ିଶା, କଟକ, ହୋମ୍ Related Content ମା' ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ by Proprietor Abhimanyu Maharana June 18, 2026 କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ by Proprietor Abhimanyu Maharana June 18, 2026 ଚତୁର୍ଥ ବସୁମତି ସ୍ନାନ ବା ଠାକୁରାଣୀ ବୁଡ଼ ପାଳନ by Proprietor Abhimanyu Maharana June 18, 2026 ରଜ ଉପଲକ୍ଷେ ତାସ ଟୁର୍ଣ୍ଣାମେଣ୍ଟ by Proprietor Abhimanyu Maharana June 18, 2026 ବିଭିନ୍ନ ଅଂଚଳ ରୁ ଆସି ଫ୍ଲାଟରେ ଏକାଠି ରହୁଥିବା ଅନ୍ତେବାସୀ ଙ୍କ ମହିଳାମାନେ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳିଲେ ରଜ ମହୋତ୍ସବ by Proprietor Abhimanyu Maharana June 18, 2026 କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୂରା ଗ୍ରାମ ଠାରେ କୋଠ ଗୃହ ର ଶୁଭ ଉଦଘାଟନ କଲେ ବିଧାୟକ ରୂପେଶ ପାଣିଗ୍ରାହୀ by Proprietor Abhimanyu Maharana June 18, 2026