Home ଓଡ଼ିଶା ଖୋର୍ଦ୍ଧା ଜିଲ୍ଲା ଇଣ୍ଟ୍ରା କ୍ଲବ୍ କ୍ରିକେଟ୍ ଇଗଲ କ୍ରିକେଟ କ୍ଳବ୍ ଚମ୍ପିୟାନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୭ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା :-> ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ର ନିର୍ଦ୍ଦେଶ ଅନୁସାରେ କ୍ରିକେଟ୍ ଆସୋସିଏସନ୍ ଅଫ ଦି ଦିଷ୍ଟ୍ରିକ୍ଟ ଖୋର୍ଦ୍ଧା ଜିଲ୍ଲା ଆନୁକୁଲ୍ୟରେ ସିନିୟର୍ ଇଣ୍ଟ୍ରା କ୍ଲବ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଖୋର୍ଦ୍ଧା ବି ଜେ ବି ହାଇସ୍କୁଲ ମିନି ଷ୍ଟାଡିୟମରେ ଆଜି ଫାଇନାଲ ଖେଳରେ ଇଗଲ କ୍ରିକେଟ୍ କ୍ଳବ୍ ରାଇଜିଂଷ୍ଟାର କ୍ରିକେଟ କ୍ଳବ୍ କୁ ୫ ୱିକେଟ୍ ରେ ପରାସ୍ତ କରି ଚାମ୍ପିଅନ ହୋଇଛି। ଆଜି ମ୍ୟାଚ୍ ରେ ଟସ୍ ରେ ଜିତି ରାଇଜିଂଷ୍ଟାର କ୍ରିକେଟ୍ କ୍ଳବ୍ ପ୍ରଥମେ ବ୍ୟାଟିଙ୍ଗ କରି ୪୦ ଓଭର ରେ ୫ ଟି ୱିକେଟ ହରାଇ ୨୩୮ ରନ୍ କରିଥିଲେ । ଦଳ ର ରଶ୍ମିକାନ୍ତ ଦାସ ୬୪ ରନ୍, ରଞ୍ଜିତ କୁମାର ପାଇକରାୟ ୬୪ ରନ, ସରୋଜ ପାତ୍ର ୪୫ ରନ କରିଥିଲେ । ଇଗଲ କ୍ଳବ୍ ତରଫରୁ ଶୁଭମ୍ ନାୟକ ୨ ଟି ଏବଂ ଆଦିତ୍ୟ ରାୟ ୨ ଟି ୱିକେଟ ଅକ୍ତିଆର କରିଥିଲେ । ପ୍ରତ୍ୟୁତର ରେ ଇଗଲ କ୍ରିକେଟ୍ କ୍ଳବ୍ ୩୯.୩ ଓଭର ରେ ୫ ଟି ୱିକେଟ ହରାଇ ଆବଶ୍ୟକ ୨୩୯ ରନ୍ ସଂଗ୍ରହ କରି ନେଇଥିଲେ ଓ ଏହି ମ୍ୟାଚ୍ କୁ ୫ ୱିକେଟ ରେ ଜିତି ନେଇଥିଲେ । ଇଗଲ ଦଳ ର ଜ୍ୟୋତିରଞ୍ଜନ ବେହେରା ଙ୍କ (୮୮ ରନ୍) ଓ ଏସ ଦାସ ଙ୍କ (୫୯ ରନ) ଦ୍ଵିତୀୟ ୱିକେଟ୍ ୧୩୨ ରନ ର ଭାଗିଦାରୀ ଏବଂ ଧରଣୀଧର ସ୍ୱାଇଁ ଙ୍କ ୨୮ ରନ ଓ ସନ୍ଦୀପ ଚୌହାନ ୨୫ ରନ ର ସହାୟତା ମିଳିଥିଲା । ରାଇଜିଂ ଷ୍ଟାର କ୍ଳବ୍ ତରଫରୁ ସରୋଜ୍ ପାତ୍ର ଓ ଆର୍ଯ୍ୟାନ୍ ୨ ଲେଖାଏଁ ୱିକେଟ୍ ନେଇଥିଲେ।ଏହି ମ୍ୟାଚ୍ କୁ ଚନ୍ଦ୍ର ପ୍ରକାଶ ବରାଳ ଓ ରହିମ ଖାନ ପରିଚାଳନା କରିଥିବାବେଳେ ସୁଶିଲ କୁମାର ସୁନ୍ଦରାୟ ସ୍କୋରର ଭୂମିକା ଗ୍ରହଣ କରିଥିଲେ । ମ୍ୟାଚ୍ ରେଫରି ଭାବେ ବ୍ରିଜେଶ ପ୍ରଧାନ ଓ ସଂଯୋଜକ ଭାବେ ଚଣ୍ଡୀ ପ୍ରାସାଦ ଆଚାର୍ଯ୍ୟ ଦାୟିତ୍ୱ ରେ ଥିଲେ । ଉଦଯାପନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କ୍ରିକେଟ୍ ସଂଘ ଜିଲ୍ଲା ଖୋର୍ଦ୍ଧା ର ସଭାପତି ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଓ ସି ଏ କୋଷାଧ୍ୟକ୍ଷ ବିକାଶ ପ୍ରଧାନ,ଅଧିବକ୍ତା ଅବ୍ୟକ୍ତ ହରିହର ଖାଡଙ୍ଗା, ରୋହିତ ରାୟ, ପ୍ରଭାତ ପ୍ରହରାଜ,କୋଚ୍ ସୌମେନ୍ଦ୍ର ମହାନ୍ତି, କାର୍ତ୍ତିକ ପ୍ରଧାନ, ସୁକାନ୍ତ ଦାସ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଫାଇନାଲ ର ଶ୍ରେଷ୍ଠ ଖେଳାଳି ଓ ବ୍ୟାଟ୍ସମ୍ୟାନ୍ ରୂପେ ଜ୍ୟୋତିରଞ୍ଜନ ବେହେରା,ଶ୍ରେଷ୍ଠ ବୋଲର ଭାବେ ତୀର୍ଥଙ୍କର ସାହୁ ଓ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବରେ ସରୋଜ ପାତ୍ର ଙ୍କୁ ପୁରସ୍କାର ଦେବାସହ ଦୁଇ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଆଗାମୀ ଦିନରେ ଏହି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ମାନଙ୍କୁ ନେଇ କଳାହାଣ୍ଡି କପ୍ ପାଇଁ ୨୫ ଜଣିଆ ଟିମ୍ ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ବୋଲି ବିକାଶ ପ୍ରଧାନ ଜଣାଇଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତା ସମସ୍ତଙ୍କ ପାଇଁ ପ୍ରେରଣା by Proprietor Abhimanyu Maharana October 4, 2026 ଛାତ୍ରଛାତ୍ରୀଙ୍କ ପାଇଁ ଶୁଦ୍ଧ ପାନୀୟଜଳର ସୁବିଧା: କ୍ରିଦାଶପୁର ହାଇସ୍କୁଲକୁ ରୋଟାରୀ କ୍ଲବ୍ର ଆକ୍ୱାଗାର୍ଡ ଉପହାର by Proprietor Abhimanyu Maharana October 4, 2026 ଇଟାମାଟିରେ ରକ୍ତଦାନ ଶିବିର by Proprietor Abhimanyu Maharana October 4, 2026 ନୟାଗଡ଼ରେ ଗାନ୍ଧୀ ଜୟନ୍ତୀ, ଶାସ୍ତ୍ରୀ ଜୟନ୍ତୀ ଏବଂ ସ୍ୱଚ୍ଛ ଭାରତ ଦିବସ ପାଳିତ by Proprietor Abhimanyu Maharana October 4, 2026 ରଣଜୀ ଟ୍ରଫି ପାଇଁ ଇଷ୍ଟ କୋଷ୍ଟ ରେଲୱେ ସ୍ପୋର୍ଟସ୍ ଆସୋସିଏସନ୍ ପକ୍ଷରୁ ଭାରତୀୟ ରେଳ କ୍ରିକେଟ୍ ଦଳ ଚୂଡ଼ାନ୍ତ by Proprietor Abhimanyu Maharana October 4, 2026 ଜଳ ଅର୍ପଣ ଦିବସ ପାଳିତ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଯୋଗୁଁ ଜାତୀୟ ସ୍ତରରେ ବେଲଗାଁ ପଞ୍ଚାୟତ ପୁରସ୍କୃତ : ମୁଖ୍ୟ ଅତିଥି by Proprietor Abhimanyu Maharana October 3, 2026