୧୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଅନୁଗୁଳ :-> ସମୟ ସହିତ ଉନ୍ନତି ହୋଇଛି ଚିକିତ୍ସା ବିଜ୍ଞାନ। ବର୍ତ୍ତମାନ ଅତ୍ୟାଧୁନିକ ଟେକ୍ନୋଲୋଜି ସାହାଯ୍ୟରେ ଅନେକ ଜଟିଳ ରୋଗର ସଫଳ ଚିକିତ୍ସା କରାଯାଇପାରୁଛି । Artificial intelliegnce (AI) ଏବଂ ରୋବୋଟିକ୍ ପଦ୍ଧତିରେ କିଭଳି ବିଭିନ୍ନ ପ୍ରକାର ଆଣ୍ଠୁ ଅପରସେନ୍ କରାଯାଇ ପାରୁଛି ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ କେୟାର ହସ୍ପିଟାଲ ପକ୍ଷରୁ ଏକ କର୍ମଶାଳା ଅନୁଗୁଳର ହୋଟେଲ ପ୍ରଶାନ୍ତିଠାରେ ଆୟୋଜନ କରାଯାଇଥିଲା । ଏଥିରେ ରାଜ୍ୟର ଅନେକ ବୁଦ୍ଧିଜୀବି, ଡାକ୍ତର ଏବଂ ଆଣ୍ଠୁ ସର୍ଜରୀ ହୋଇଥିବା ରୋଗୀମାନେ ଯୋଗଦାନ କରିଥିଲେ।
କେୟାର ହସ୍ପିଟାଲର ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ବିଭାଗୀୟ ମୁଖ୍ୟ ଡାକ୍ତର ସନ୍ଦୀପ ସିଂହଙ୍କ ମତରେ ପାରମ୍ପରିକ ସର୍ଜରୀ ତୁଳନାରେ Artificial Intelligence (AI) ଏବଂ ରୋବୋଟିକ୍ ପଦ୍ଧତିରେ ଅପରେସନ୍ କଲେ ଏହାର ସଫଳତା ହାର ବେଶ୍ ଅଧିକ। ଏଥିରେ ରୋଗୀଙ୍କୁ ଅଧିକ ଦିନ ହସ୍ପିଟାଲରେ ରହିବାକୁ ପଡ଼ିନଥାଏ ଏବଂ ଶୀଘ୍ର ପୂର୍ବ ଭଳି ନିଜର ସମସ୍ତ କାମ ନିଜେ କରିପାରିବେ। ଆଣ୍ଠୁ ପ୍ରତିରୋପଣଠାରୁ ଆରମ୍ଭ କରି କ୍ରୀଡା ଜନିତ ଆଘାତର ସଫଳ ଚିକିତ୍ସା Al ଏବଂ ରୋବୋଟିକ୍ ପଦ୍ଧତିରେ କରାଯାଇପାରୁଛି।