୧୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ମହାନଗର ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ । କଟକ ମହାନଗର ସାମ୍ବାଦିକ ସଂଘ ପକ୍ଷରୁ ଶନିବାର ଦିନ କଟକ ନୂଆବଜାର ନିକଟସ୍ଥ ପୋତାପୋଖରୀ ଠାରେ ଜାତୀୟ ପ୍ରେସ ଦିବସ ସଂଘର ସଭାପତି ସମୀର କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ମହାନଗର ନିଗମର ମେୟର ସୁବାଷ ଚନ୍ଦ୍ର ସିଂ , ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ମାନସ ପଣ୍ଡା, ଚୌଦ୍ୱାର – କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ବାରବାଟୀ- କଟକ ବିଧାୟିକା ଇଞ୍ଜିନିୟର ସୋଫିଆ ଫିରଦୋସ , କଟକ ସଦର ବିଧାୟକ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀ, କଟକ ସଦର ବ୍ଲକ ଅଧ୍ୟକ୍ଷା ଭାଗ୍ୟ ଲକ୍ଷ୍ମୀ ରାଉତ , ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁରେନ୍ଦ୍ର ନାଥ ପଣ୍ଡା ,ଶିକ୍ଷାବିତ୍ ପ୍ରଭୁ ଚରଣ ରାଉତ ,ଶିକ୍ଷାବିତ୍ ଡ଼ଃ ଚୌଧୁରୀ ସତ୍ୟ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

