
୧୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକର ପ୍ରସିଦ୍ଧ ବାଲିଯାତ୍ରାକୁ ଉଦ୍ଘାଟନ କରିଛନ୍ତି । ଉଦଘାଟନ କରି କହିଥିଲେ ଯେ କଟକ ବାଲିଯାତ୍ରା ହେଉଛି ବ୍ୟବସାୟ ଓ ପରମ୍ପରାର ଅପୂର୍ବ ସମ୍ମିଶ୍ରଣ। କଟକର ବାଲିଯାତ୍ରା ସମଗ୍ର ଭରତ ବର୍ଷର ସବୁଠାରୁ ବଡ ଓ ଶ୍ରେଷ୍ଠ ବାଣିଜ୍ୟିକ ଏବଂ ସାଂସ୍କୃତିକ ମେଳା । ବାଲିଯାତ୍ରା ଆମ ଓଡ଼ିଶାର କଳା ସଂସ୍କୃତି ସହିତ ଧାର୍ମିକ ଭାବନା ସହିତ ଓତପ୍ରୋତ ଭାବେ ଜଡ଼ିତ ବୋଲି ପ୍ରକାଶ କରି ସେ କହିଲେ ଯେ ଧାର୍ମିକ, ଐତିହାସିକ, ସାଂସ୍କୃତିକ ଓ ପାରମ୍ପରିକ- ସବୁ ଦୃଷ୍ଟିକୋଣରୁ ଏହାର ବୈଶିଷ୍ଟ୍ୟ ରହିଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏ ବର୍ଷ ବାଲିଯାତ୍ରାରେ ରେକର୍ଡ ସଂଖ୍ୟକ ବ୍ୟବସାୟ ହେବ ଏବଂ ରେକର୍ଡ ସଂଖ୍ୟକ ଲୋକେ ବୁଲି ଆସିବେ ।
