ପିପିଲି ମିଡ଼ିଆ ୟୁନିୟନ ପାଳନକଲା ଜାତୀୟ ସାମ୍ବାଦିକ ଦିବସ

୧୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ପିପିଲି :-> ଜାତୀୟ ସାମ୍ବାଦିକ ଦିବସ ପାଳିତ ହୋଇଯାଇଛି ସମଗ୍ର ଭାରତବର୍ଷରେ। ସେହିପରି ପୁରୀ ଜିଲ୍ଲା ପିପିଲି ମିଡ଼ିଆ ୟୁନିୟନ ସଂଘ ପକ୍ଷରୁ ଚଳିତ ବର୍ଷ ଜାତୀୟ ପ୍ରେସ୍ ଦିବସ ୨୦୨୪ ଦାଣ୍ଡ ମୁକୁନ୍ଦପୁର ନିକଟସ୍ଥ ଶ୍ରୀଗୋପାଳଯିୟୁ କଲ୍ୟାଣ ମଣ୍ଡପ ଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଏହି ସମାରୋହରେ ପିପିଲି ର ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ସବୁବେଳେ ନିର୍ଭୀକ ସାମ୍ବାଦିକତା କରିବା ପାଇଁ ସେ ଆହ୍ବାନ ଦେଇଥିଲେ।

ଏହା ସହିତ ପିପିଲି ତହସିଲଦାର ଓ ପିପିଲି ଭାରପ୍ରାପ୍ତ ଥାନାଧିକାରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ପିପିଲି ମିଡ଼ିଆ ୟୁନିୟନ ସଂଘ ର ସମସ୍ତ ସଦସ୍ୟ ମାନଙ୍କୁ ନିର୍ଭୀକ ସାମ୍ବାଦିକତା କରିବା ପାଇଁ କହିଥିଲେ ଗଣମାଧ୍ୟମ ର ଭୂମିକା ନିଭାଇବାକୁ ହେଲେ ସବୁବେଳେ ସତ୍ୟ ଘଟଣା ଓ ସତ୍ୟ ଖବର ଏହି ପ୍ରେସ୍ ଦିବସ ରେ ଦେଖାଇବାକୁ କହିଥିଲେ । ପରିଶେଷରେ ନୃତ୍ୟ ଗୀତ ଓ ପ୍ରସାଦ ସେବନର ବ୍ୟବସ୍ଥାର ଆୟୋଜନ କରାଯାଇଥିଲା।

Exit mobile version