
ଓଡିଶା ତାଜା ନ୍ୟୁଜ୍ (୨୦ ଅଗଷ୍ଟ ଗୁରୁବାର) ଭୁବନେଶ୍ବର :- ରାଜ୍ୟରେ ଗତ କିଛି ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷାରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଏହି ପରିପ୍ରେକ୍ଷୀରେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଆଜି ପୂର୍ବାହ୍ନରେ ରାଜ୍ୟ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ସ୍ଥିତିର ସମୀକ୍ଷା କରିଛନ୍ତି । ବୈଠକରୁ ଜଣା୩⁄୪ାଇଛି ଯେ , ରାଜ୍ୟର ବିଭିନ୍ନ ନଦୀରେ ଜଳ ବିପଦ ସଂକେତର ଯଥେଷ୍ଟ ତଳେ ପ୍ରବାହିତ ହେଉଛି । ମହାନଦୀର ଉପର ମୁଣ୍ଡରେ ଏବେ ବେଶି ବର୍ଷା ହେଉନାହିଁ । ବୈତରଣୀ ନଦୀ ଜଳସ୍ତର ବୃଦ୍ଧି ପାଉଥିଲେ ମଧ୍ୟ ଏହି ନଦୀରେ ମଧ୍ୟ ଜଳ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ।
ସବୁ ନଦୀର ଜଳ ପ୍ରବାହ ସ୍ଥିତିକୁ ଅନୁଧ୍ୟାନ କଲେ ବର୍ତ୍ତମାନ ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ ବୋଲି ରାଜ୍ୟ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କହିଛନ୍ତି । ତେବେ ଆଗାମୀ ଦିନରେ ଅଧିକ ବର୍ଷା ଓ ଜଳଭଣ୍ଡାର ଗୁଡ଼ିକରେ ଜଳ ସ୍ଥିତିକୁ ନଜରରେ ରଖି ବନ୍ୟା ନିୟନ୍ତ୍ରଣ ପାଇଁ ସଜାଗ ହୋଇ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ବିଭାଗୀୟ ଯନ୍ତ୍ରୀ ମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଓ ଦାୟିତ୍ୱ ଦେଇଥିଲେ । ମନ୍ତ୍ରୀ ଶ୍ରୀ ଦାସ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଜ୍ୟୋତିର୍ମୟ ରଥ, ସର୍ବୋଚ୍ଚ ଯନ୍ତ୍ରୀ (ଯୋଜନା ଓ ପରିକଳ୍ପନା) ଇଂ ଧିରେନ୍ କୁମାର ସାମଲ ଏବଂ ବିଭାଗର ଅନ୍ୟ ବରିଷ୍ଠ ଯନ୍ତ୍ରୀଙ୍କ ଉପସ୍ଥିତିରେ ହୀରାକୁଦ ଜଳଭଣ୍ଡାରର ଜଳଧାରଣ ସ୍ଥିତି ଓ ଅନ୍ୟ ନଦୀରେ ପ୍ରବାହିତ ଜଳ ଓ ସେସବୁର ବିପଦ ସଂକେତ ସ୍ତର ସଂପର୍କରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରିଥିଲେ । ବୈଠକରେ ଦର୍ଶାଯାଇଛି ଯେ, ବୈଷୟିକ ଜ୍ଞାନକୌଶଳ ଜରିଆରେ କ୍ଷେତ୍ର ସ୍ତରରେ କାର୍ଯ୍ୟରତ ଯନ୍ତ୍ରୀ ଓ ଅଧିକାରୀଙ୍କ ଠାରୁ ବିଭିନ୍ନ ନଦୀର ଜଳସ୍ତର ସ୍ଥିତି ତଥ୍ୟ ସଂଗ୍ରହ କରାଯାଇ ସମନ୍ୱିତ କରାଯାଉଛି, ଯାହାକି ଏବେ ବନ୍ୟା ନିୟନ୍ତ୍ରଣ ପାଇଁ ନିଷ୍ପତ୍ତି ନେବାରେ ସହଜ ହେଉଛି ।
ସର୍ବୋଚ୍ଚ ଯନ୍ତ୍ରୀ ଇଂ ରଥ କହିଲେ ଯେ, ରେଙ୍ଗାଲୀ ଜଳଭଣ୍ଡାରରେ ଏବେ ଜଳ ସଂଗୃହୀତ ହୋଇରହୁଛି । ଆଗାମୀ ୨୩ ତାରିଖରୁ ବର୍ଷା ଯୋଗୁଁ ଯଦି ଅଧିକ ଜଳ ଜଳଭଣ୍ଡାରକୁ ଆସେ, ତେବେ ସ୍ଥିତିକୁ ଦେଖି ଜଳ ଛଡ଼ା ଯାଇପାରେ । ହୀରାକୁଦ ଜଳଭଣ୍ଡାର ଉ ପରମୁଣ୍ଡରେ ଅଧିକ ବର୍ଷା ନଥିବାରୁ ସ୍ଥିତିକୁ ଦୃଷ୍ଟିରେ ରଖି ୧୦ଟି ଗେଟ୍ ଖୋଲାଯାଇଛି । ବନ୍ୟା ନିୟନ୍ତ୍ରଣ, ଜଳବିଦୁ୍ୟତ ଶକ୍ତି ଉତ୍ପାଦନ, ଶିଳ୍ପ ଓ କୃଷି ପାଇଁ ଜଳ ଯୋଗାଣକୁ ଦୃଷ୍ଟିରେ ରଖି ହୀରାକୁଦରେ ଜଳ ନିୟନ୍ତ୍ରିତ କରି ଛଡ଼ାଯାଉଛି । ରାଜ୍ୟର ୧୧ଟି ନଦୀ ବେସିନ୍ରେ ବର୍ଷା ପରିମାଣ ସଂପର୍କରେ ଯନ୍ତ୍ରୀ ଅବଗତ ହୋଇଥିଲେ । କ୍ଷେତ୍ର ସ୍ତରରୁ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବନ୍ୟା ନିୟନ୍ତ୍ରଣ ପ୍ରତି ସତକ ଦୃଷ୍ଟି ରଖି କାର୍ଯ୍ୟ କରିବାକୁ ଯନ୍ତ୍ରୀ ଶ୍ରୀ ଦାସ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
