Home ଖେଳ ବିନୋଦ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ :ରଘୁନାଥଜୀଉ ଫୁଟବଲ ଚମ୍ପିୟାନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ପବିତ୍ର କାର୍ତ୍ତିକ ପୁର୍ଣିମା ଅବସରରେ ବିରିଡି ବ୍ଲକ ଅନ୍ତର୍ଗତ ପୁରଣ ପଞ୍ଚାୟତ ର ମୈନ୍ଦି ପୁର କମଳପୁର ଯୁବକ ସଂଘ ଆନୁକୂଲ୍ୟରେ ଶୁକ୍ରବାର ମଇନ୍ଦିପୁର ଖେଳ ପଡିଆ ଠାରେ 41ତମ ବିନୋଦ ମେମୋରିଆଲ ଏକ ଦିବସିୟ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏହାକୁ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ଉଦ୍ଘାଟନ କରିଥିଲେ l ତାଙ୍କ ସହ ବରେଣ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାଶ, ସରପଞ୍ଚ ଯୁଧିଷ୍ଠିର ବେହେରା, ନିରଞ୍ଜନ ସେଠୀ, ଯୁବନେତା ନୃସିଂହ କୁମାର ଦାଶ, ପୂର୍ବତନ ସରପଞ୍ଚ ପ୍ରବୋଧ ତ୍ରିପାଠୀ, ଯୋଗଦେଇଥିଲେ l ଏଥିରେ ମୋଟ 8ଗୋଟି ଫୁଟ ବଲ ଟିମ ଯୋଗଦେଇ ସେମାଙ୍କର ଖେଳ ପ୍ରଦର୍ଶନ କରିଥିଲେ l ଫାଇନାଲ ମ୍ୟାଚ ରେ ରଘୁନାଥ ଜୀଉ ଫୁଟବଲ ଟିମ ପୁରଣ ଓ ୟୁନାଇଟେଡ଼ ସ୍ପୋର୍ଟ୍ସ କ୍ଲବ ଗଣ୍ଡର ପୁର କଟକ ପରସ୍ପରକୁ ଭେଟିଥିଲେ ଏଥିରେ ରଘୁନାଥଜୀଉ ଫୁଟବଲ ଟିମ ପୁରଣ 1-0ରେ ଗୋଲ ରେ ବିଜୟୀ ହୋଇଥିଲେ l ତାଙ୍କ ସହ ଖେଳୁଥିବା ୟୁନାଇଟେଡ଼ ସ୍ପୋର୍ଟ୍ସ ଟିମ ଗଣ୍ଡରପୁର ରନର୍ସ କପ ପାଇଥିଲେ l ଉଦଯାପନୀ ଉତ୍ସବରେ ଯୁବକ ସଂଘର ଅଧକ୍ଷ ବିମ୍ବାଧର ଦାଶ ସଭାପତିତ୍ୱ କରିଥିଲେ l ମୁଖ୍ୟ ଅତିଥି ଭାବେ ତିର୍ତୋଲ ବିଧାୟକ ଡ଼. ରମାକାନ୍ତ ଭୋଇ, ସମ୍ମାନନୀୟ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ରଶେଖର ଦାଶ, ସରପଞ୍ଚ ଯୁଧିଷ୍ଠିର ବେହେରା, ସରପଞ୍ଚ ଲଷ୍ମୀପ୍ରିୟା ଜେନା, ସମବାୟ ସମିତିର ସଭାପତି ନନ୍ଦ କିଶୋର ବସ୍ତିଆ, ପୂର୍ବତନ ସରପଞ୍ଚ କାଳନ୍ଦୀ ବସ୍ତିଆ, ସୁକାନ୍ତ ବାରିକ ପ୍ରମୁଖ ଯୋଗଦେଇଥିଲେ l ଯୁବକ ସଂଘର ସଭାପତି ରାସ ବିହାରୀ ଦାସ, ସଂଯୋଜକ ପ୍ରକାଶ କୁମାର ଦାସ, ସମ୍ପାଦକ ସୁବ୍ରତ ପଟ୍ଟନାୟକ, ଉପସଭାପତି ବିଶ୍ୱଜିତ ପଟ୍ଟନାୟକ, କ୍ରୀଡା ସମ୍ପାଦକ ବିଶ୍ୱନାଥ ଭୋଇ, କୋଷାଧ୍ୟକ୍ଷ୍ୟ ଚିରଂଜିତ ପଟ୍ଟନାୟକ, ଓ ସତ୍ୟ ପଟ୍ଟନାୟକ ଯୋଗ ଦେଇଥିଲେ l ମୁଖ୍ୟ ଅତିଥି ବିଧାୟକ ଶ୍ରୀ ଭୋଇ ଚମ୍ପିୟାନ ଦଳ ରଘୁନାଥ ଜୀଉ ଫୁଟବଲ ଟିମକୁ 12ହଜାର ଟଙ୍କା ସହ ଚମ୍ପିୟାନ ଟ୍ରଫି ଓ ରନର୍ସ ଅପ ଟିମ ୟୁନlଇଟେଡ଼ ସ୍ପୋର୍ଟ୍ସ ଟିମକୁ ରନର୍ସ କପ ସହ 8ହଜାର ଟଙ୍କା ପ୍ରଦାନ କରିଥିଲେ l ଖେଳ ପରିଚାଳନା କରିଥିଲେ ସୁନୀଲ ପଟ୍ଟନାୟକ, ବ୍ରହ୍ମାନନ୍ଦ ଭୋଇ, ସଂଜୀବ ଦାସ, ଜ୍ୟୋତି ରଞ୍ଜନ ସ୍ୱାଇଁ, ସଫିକିଉ ଖାନ l ଘୋଷକ ଭାବେ ପ୍ରବୀର ଦାସ ଯୋଗଦେଇ ଦର୍ଶକଙ୍କୁ ବିମୁଗ୍ଧ କରିଥିଲେ l Categories: ଖେଳ, ଜଗତସିଂହପୁର, ହୋମ୍ Related Content ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026 ଓଡ଼ିଶା ସୋସାଇଟି ୟୁକେର ୪୭ତମ ବାର୍ଷିକ ଉତ୍ସବ ପାଳନ by Proprietor Abhimanyu Maharana September 9, 2026 Odisha Society Of UK Celebrates 47th Anniversary by Proprietor Abhimanyu Maharana September 9, 2026 କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ by Proprietor Abhimanyu Maharana September 9, 2026 54th National Convention of Company Secretaries concludes in Bhubaneswar by Proprietor Abhimanyu Maharana September 9, 2026 ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ by Proprietor Abhimanyu Maharana September 9, 2026