୧୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ବିରିଡି ବ୍ଲକ ଅନ୍ତର୍ଗତ ଉକୁନ୍ଦରା ପଞ୍ଚାୟତର ରଘୁନାଥପୁର ଯୁବ ଯାଦବ ସଙ୍ଘ ପକ୍ଷରୁ ସ୍ଥାନୀୟ ଧବଳେଶ୍ୱର ମନ୍ଦିରରେ ପଞ୍ଚୁକ ଓ ବଡ ଓଷା ପାଳନ ହୋଇଯାଇଛି l ଏହି ଉପଲକ୍ଷେ ଶୁକ୍ରବାର ପୀଠରେ ପୂଜା ପାଠ ସହ କଟକ ର ଶରଧା ବାଲି ଭଜନ ସନ୍ଧ୍ୟା ର କଳାକାର ମାନେ ଭଜନ ପରିବେଷଣ କରିଥିଲେ l

