ଗଜପତି ଜିଲ୍ଲା ସ୍ତରୀୟ ଭଗବାନ ବିର୍ସା ମୁଣ୍ଡା ୧୫୦ ତମ ଜନ୍ମ ଜୟନ୍ତୀ ଉତ୍ସବ ଆଡମ୍ବର ସହ ମୋହନା ଠାରେ ପାଳନ

୧୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ )  ଆର, ଉଦୟଗିରି :->  ଗଜପତି ଜିଲ୍ଲା ମୋହନା ହାଇସ୍କୁଲ ଖେଳ ପଡିଆ ଠାରେ ଆଡମ୍ବର ସହ ଜିଲ୍ଲା ସ୍ତରୀୟ ବିର୍ସା ମୁଣ୍ଡା ଜନ୍ମ ଜୟନ୍ତୀ ୧୫୦ ତମ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିର୍ସା ମୁଣ୍ଡା ନିଜ ଜୀବନ କାଳ ମଧ୍ୟରେ କରିଥିବା କାର୍ଯ୍ୟ ପାଇଁ ନମସ୍ୟ ହେବା ସହ ଆଜି ଆମେ ଏହି ଦିବସ ଟିକୁ ପାଳନ କରୁଛନ୍ତି ବୋଲି ପ୍ରକାଶ କରିବା ସହ ଜଳ, ଜମି, ଜଙ୍ଗଲ କୁ ଆଜିର ଦିନରେ ନଷ୍ଟ କରିବା ନାହିଁ ବୋଲି ଶପଥ ନେବାକୁ ପଡ଼ିବ ବୋଲି ପ୍ରକାଶ କରିଥିଲେ। ଆଜି ବିର୍ସା ମୁଣ୍ଡା ଙ୍କ ଜନ୍ମ ସ୍ଥାନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ରାଜ୍ୟର ଜାମୁଇଁ ଠାରେ ଆଡମ୍ବର ସହ ଉପସ୍ଥିତ ରହି ଦେଶ ବାସୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଯୋଜନା ଗୁଡିକ ଲୋକାର୍ପଣ କରିଛନ୍ତି ବୋଲି ଜଣାପଡିଛି।

କେନ୍ଦ୍ର ସରକାରଙ୍କ ୧୭ ଟି ମନ୍ତ୍ରଣାଳୟ ସହ ରାଜ୍ୟର ୧୩ ଟି ମନ୍ତ୍ରଣାଳୟ ର ୨୫ ଟି ଯୋଜନା ଜନଜାତିର ଗୌରବ ଦିବସ ଅବସରରେ କାର୍ଯ୍ୟ ଆରମ୍ଭ କରିବ ବୋଲି ପ୍ରକାଶ କରିଛନ୍ତି। ଜିଲ୍ଲା ସ୍ତରୀୟ ଏହି ଆଡମ୍ବର ପୂର୍ଣ୍ଣ ଦିବସରେ ବିଭିନ୍ନ କାର୍ଯ୍ୟରେ କୃତି ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଅତିଥି ମାନେ ସମ୍ମାନିତ କରିଥିବା ଦେଖିବାକୁ ମିଳିଥିଲା। ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିବା ମୋହନା ବିଧାୟକ ଦାଶରଥି ଗମାଙ୍ଗ ଜିଲ୍ଲା ପ୍ରଶାସନ ଏବଂ ସାଂସଦ ଙ୍କ ଦୃଷ୍ଟି ଆକର୍ଷଣ କରି ମୋହନା ଅଞ୍ଚଳରେ ଉଚ୍ଚ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ସହ ବହୁ ଯୋଜନା ଗୁଡ଼ିକ ସ୍ଥାପନ ନିମନ୍ତେ ଅନୁରୋଧ କରିବା ସହ ପାରଳା ବିଧାୟକ ଇଂ.ରୁପେଶ ପାଣିଗ୍ରାହି ନିଜ ବକ୍ତବ୍ୟରେ ପୂର୍ବରୁ ଏହି ପରି ଜନଜାତିଙ୍କ ନିମନ୍ତେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଓଡ଼ିଶା ବାସୀଙ୍କ ନିମନ୍ତେ କରିଥିବା ପ୍ରକାଶ କରିଥିଲେ।

ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଜନ ମନ ଯୋଜନା ମାଧ୍ୟମରେ ମୋହନା ବ୍ଲକର ତିନିଟି ଜନଜାତି ଗ୍ରାମକୁ ପ୍ରାୟ ପାଞ୍ଚ କିଲୋମିଟର ରାସ୍ତା ୬ କୋଟି ୭୯ ଲକ୍ଷ ୧୨ ହଜାର ଟଙ୍କା ବ୍ୟୟ ଅଟକଳରେ ହେବା ଥିବା ବେଳେ ତାହାକୁ ଆଭାସି ମାଧ୍ୟମରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିତ୍ତିପ୍ରସ୍ତର ଦେଇଥିବା ଦେଖିବାକୁ ମିଳିଛି। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଜୟ କୁମାର ଦାଶ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଡ. ଗୁଣନିଧି ନାୟକ, ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଂଶୁମାନ ମହାପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ପରିଡ଼ା ଙ୍କ ସମେତ ବିଡିଓ ମୋହନା ରାଜୀବ ଦାସ, ସିଡିଏମଓ ପାରଳାଖେମୁଣ୍ଡି ଙ୍କ ସମେତ ମୋହନା ବ୍ଲକ ଉପାଧ୍ୟକ୍ଷ ବଲ୍ମିନା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଭଗବାନ ବିର୍ସା ମୁଣ୍ଡା ଙ୍କ ଜନ୍ମ ଜୟନ୍ତୀ ଦିବସ ଟିକୁ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ପ୍ରଦର୍ଶନୀ ଗୁଡ଼ିକ ପଡିଆ ମଧ୍ୟରେ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମକୁ ମୋହନା ବ୍ଲକର ସମସ୍ତ ଅଧିକାରୀ ପରିଚାଳନା କରିଥିଲେ। ଜିଲ୍ଲା ମଧ୍ୟରୁ ପ୍ରାୟ ଦଶ ହଜାର ରୁ ଅଧିକା ଜନଜାତି ସମ୍ପ୍ରଦାୟର ଛାତ୍ର, ଛାତ୍ରୀଙ୍କ ସମେତ ଜନସାଧାରଣ ଏବଂ ଲୋକ ପ୍ରତିନିଧି ମାନେ ଯୋଗ ଦେଇଥିଲେ।

Exit mobile version