ଲକ୍ଷାଧିକ ଟଙ୍କାର କାଠ ଜବତ ଦୁଇ ଫେରାର ଜଣେ ଗିରଫ

୧୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି  :-> ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ପାଣିଗଣ୍ଡା ପଞ୍ଚାୟତ ରେ ମୋହନା ବନ ବିଭାଗ କର୍ମଚାରୀ ପଇଁତରା ମାରିବା ସମୟରେ ଏକ ବୋଲେରୋ ଗାଡ଼ି ଦେଖି ସନ୍ଦେହରେ ଅଟକାଇ ତଦନ୍ତ କରିବାରୁ ସେଥିରେ ଲକ୍ଷାଧିକ ଟଙ୍କାର କାଠ ଥିବା ଦେଖିବାକୁ ପାଇଥିଲେ ।

ଗଡିଟିକୁ ଆକାକାଇବା ସମୟରେ ସେଥିରେ ଥିବା ଦୁଇ ଜଣ ବ୍ୟକ୍ତି ଫେରାର ହୋଇ ଯାଇଥିବା ବେଳେ ଜଣେ ବ୍ୟକ୍ତି ଧରାପଡ଼ି ଗିରଫ ହୋଇଥିବା ଦେଖିବାକୁ ମିଳିଛି । ଗିରଫ ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବଡଗଡ ଥାନା ନିକଟ ଲୋକମେରି ଗ୍ରାମର ବୋଲି ସୂଚନା ମିଳିଛି । ବନ ବିଭାଗ ପାଣିଗଣ୍ଡା ଅଞ୍ଚଳରୁ କାଠଗଣ୍ଡି ଜବତ କରିଥିବା ମୋହନା ରେଞ୍ଜର ଲକ୍ଷ୍ମୀ ପ୍ରସାଦ ବିଷୋୟୀ ସୂଚନା ଦେଇଥିବା ପ୍ରକାଶ ।

Exit mobile version