Home ଓଡ଼ିଶା କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ରେ ଯୋଗଦେଲେ ଦଶପଲ୍ଲା ବିଧାୟକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ବିଭିନ୍ନ ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁଯାୟୀ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମାଳିସାହି ଠାରେ ବାବା ଗତିଶ୍ୱର ଦେବଙ୍କ ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃ କାଳରେ ଗତିଶ୍ଵର ମନ୍ଦିର ନିକଟରେ ଥିବା ପୁଷ୍କରିଣୀ ରେ ଏକ ସୁସଜ୍ଜିତ ଡଙ୍ଗାରେ ପାରମ୍ପରିକ ରୀତି ଅନୁସାରେ ସାତ ଭାଇଙ୍କୁ ଡଙ୍ଗାରେ ବସାଇ ପୋଖରୀ ରେ ନୌକାରେ ବୋଲାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଏହି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିବା ସହ ସୁସଜ୍ଜିତ ଡଙ୍ଗାରେ ବୁଲିଥିଲେ। ହଜାର ହଜାର ଭକ୍ତଙ୍କ ହରିବୋଲ ହୁଳହୁଳିରେ ମନ୍ଦିର ପରିସରରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥଲା।ସେହିପରି ମାଇଛେଳି ପଞ୍ଚାୟତର ସମ୍ପଡା ଗ୍ରାମରେ ଥିବା ବାଲୁଙ୍କେଶ୍ବର ମହାଦେବଙ୍କୁ ଦର୍ଶନ କରିବା ସହିତ ନୂତନ ପାର୍ବତୀ ମନ୍ଦିରର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପାରାଢ଼ିପି ପଞ୍ଚାୟତ ବଲଣ୍ଡା ଗ୍ରାମରେ ଥିବା ଲଡୁକେଶର ମହାଦେବ ଏବଂ ନୂଆଗାଁ ବ୍ଲକ୍ ସଦରମହକୁମାରେ ଥିବା ବାବା ରାମେଶ୍ବରଙ୍କ ୧୧ତମ ପ୍ରତିଷ୍ଠା ଦିବସ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି । । ପ୍ରତି ବର୍ଷପରି ଏ ବର୍ଷ ମଧ୍ୟ ମନ୍ଦିର ପରିଚାଳନା କମିଟି ଏବଂ ଯାତ୍ରା କମିଟି ମିଳିତ ସହଯୋଗରେ କାର୍ତ୍ତିକ ପୂର୍ଣ୍ଣମୀ ଦିନରେ ବାବା ରାମେଶ୍ବର ଙ୍କ ପ୍ରତିଷ୍ଠା ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ହୋମ ଯଜ୍ଞ ପୂଜା ଆଦି ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଦଶପଲ୍ଲାର ପ୍ରିୟ ବିଧାୟକ ରମେଶ ଚନ୍ଦ୍ର ବେହେରା, ସମାଜ ସେବୀ ଶଙ୍କର୍ଷଣ ବେହେରା, ୧୭ନମ୍ୱର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳବେହେରାଙ୍କ ପ୍ରତିନିଧି ଦିଲ୍ଲିପ ଦଳବେହେରା, ମାଳିସାହି ସରପଞ୍ଚ ଙ୍କ ପ୍ରତିନିଧି ଭଗବାନ ପ୍ରଧାନ,ଦାଶରଥି ପ୍ରଧାନ,ମନ୍ଦିର କମିଟି ସଭାପତି, ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ। ବିଧାୟକ ବାବା ରାମେଶ୍ବରଙ୍କୁ ଦର୍ଶନକରି ଆଶୀର୍ବାଦ ଭିକ୍ଷା କରିଥିଲେ। Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content Odiapreneur 3.0 State-Level Hackathon Inaugurated at IIT Bhubaneswar by Proprietor Abhimanyu Maharana October 1, 2026 ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026