Home ଓଡ଼ିଶା ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଉଦଯାପିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :-> କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦରଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ୩୨ତମ ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ତଥା ଗୋସିଙ୍ଗ ଦୈତ୍ୟ ଦରବାରର ଉଦଯାପନୀ ସମାରୋହ ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡ଼ାମାଝୀଙ୍କ ପୌରୋହିତ୍ୟରେ ଆୟୋଜିତ ହୋଇଥିବାବେଳେ ମୁଖ୍ୟ ରାଜଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ପରମେଶ୍ବର ମୁଣ୍ଡ, ସମ୍ମାନିତ ରାଜଅତିଥି ଭାବେ ବିଶିଷ୍ଟ ସଂସ୍କୃତି ସଂଗଠକ ଜୟନ୍ତ ବେହେରା ମଞ୍ଚାସୀନ ଥିଲେ। ଯୁବ ସାହିତ୍ୟିକ ଡିଲେଶ୍ବର ରଣା ମଞ୍ଚ ପରିଚାଳନା କରିଥିବାବେଳେ ସାଧାରଣ ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସକିତ ରତେଙ୍କୁ ଦେବଗିରି ସମ୍ମାନ, ରଜତ ବଂଶଲଙ୍କୁ ଦେବଗିରି ଯୁବ ସମ୍ମାନ, ସୁଧୀର ମେହେରଙ୍କୁ ଦେବଗିରି ସାହିତ୍ୟ ସମ୍ମାନ, ଭୀମସେନ ସାହୁଙ୍କୁ ଦେବଗିରି ନାଟ୍ୟ ସମ୍ମାନ, ସନ୍ତୋଷ ସିଂହଦେଓଙ୍କୁ ଦେବଗିରି ସାମ୍ବାଦିକତା ସମ୍ମାନ, ପ୍ରଭାସ ଚନ୍ଦ୍ର ମିଶ୍ରଙ୍କୁ ଦେବଗିରି ଗୁରୁ ସମ୍ମାନ, ଧ୍ଯାନାନନ୍ଦ ପଣ୍ଡାଙ୍କୁ ଦେବଗିରି ଲୋକନୃତ୍ୟ ସମ୍ମାନ, ମଧୁସୂଦନ ପ୍ରଧାନଙ୍କୁ ଦେବଗିରି ଶିକ୍ଷା ସମ୍ମାନ, ଦୁଷ୍ମନ୍ତ ମହଲାଙ୍କୁ ଦେବଗିରି ଦେଶସେବା ସମ୍ମାନ, ବାଳକୃଷ୍ଣ ନାଏକଙ୍କୁ ଦେବଗିରି ବାର୍ତ୍ତା ସମ୍ମାନ, ତପନ ଗଉଡ଼ଙ୍କୁ ଦେବଗିରି ପ୍ରତିଭା ସମ୍ମାନ, ହରେକୃଷ୍ଣ ସାହୁଙ୍କୁ ଦେବଗିରି ସେବା ସମ୍ମାନ ଏବଂ ସାଉଲ ମଙ୍ଗରାଜଙ୍କୁ ସ୍ଵତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସେହିପରି ସ୍ୱାବଲମ୍ବନ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀର ସଦସ୍ୟାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାନ୍ଧ୍ୟ ଅଧିବେଶନରେ ଆୟୋଜିତ କବିତା ପାଠୋତ୍ସବରେ ଅନେକ କବି ସ୍ବରଚିତ କବିତା ପାଠ କରିଥିବାବେଳେ କବି ଅନୀଲ କୁମାର ସାହୁ ସଂଯୋଜନା କରିଥିଲେ । ଏହି ଅବସରରେ ଘୁମୁରା, ବନାବାଡ଼ି ଖେଳ ସମେତ ରାୟଗଡ଼ା, ସମ୍ବଲପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ଆଦି ଜିଲ୍ଲାର ଅନେକ କଳାକାର ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ନୃତ୍ୟ ଆସରର ସଂଯୋଜନା କରିଥିଲେ ପଶ୍ଚିମ ଓଡ଼ିଶାର ବିଖ୍ୟାତ ମଞ୍ଚ ପରିଚାଳକ ସୁଧୀର ନାଏକ । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana September 18, 2026 ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ by Proprietor Abhimanyu Maharana September 18, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା by Proprietor Abhimanyu Maharana September 18, 2026 ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ by Proprietor Abhimanyu Maharana September 18, 2026 ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ by Proprietor Abhimanyu Maharana September 18, 2026 ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି by Proprietor Abhimanyu Maharana September 18, 2026