Home ଓଡ଼ିଶା ବୋଲଗଡରେ ଜାତୀୟ ପ୍ରେସ ଦିବସ ପାଳିତ – ସାମ୍ବାଦିକ ମାନଙ୍କୁ ସୁରକ୍ଷା ଦିଆଯାଉ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ବୋଲଗଡ ଭଏସ ଅଫ ମେଡ଼ିଆ ସଂଘ ଆନୁକୂଲ୍ୟରେ ଓ ନିରଞ୍ଜନ ନାୟକଙ୍କ ସଭାପତିତ୍ବ ଜାତୀୟ ପ୍ରେସ ଦିବସ ବୋଲଗଡ ସ୍ଥିତ ପୂର୍ତ୍ତ ଡାକ ବଙ୍ଗଳାଠାରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ତହସିଲଦାର ସୁଶ୍ରୀ ନିବେଦିତା ପରିଡ଼ା, ମୁଖ୍ୟ ବକ୍ତାଭାବେ ବୋଲଗଡ ବ୍ଲକ ବିଡ଼ିଓ ଶରତ କୁମାର ମଲ୍ଲିକ ଓ ସମ୍ମାନିତ ଅତିଥିଭାବେ ରବୀନ୍ଦ୍ର କୁମାର ପରିଡ଼ା, ଶିକ୍ଷାବିତ୍ ହରିବନ୍ଧୁ ସାହୁ, ଗୋପୀନାଥ ଖାଡ଼ଙ୍ଗା, ଦିବାକର ପରମଗୁରୁ, ରଘୁନାଥ ଦଳ ବେହେରା ପ୍ରମୁଖ ଯୋଗଦେଇଥିଲେ l କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଂଘର ସଭାପତି ନିରଞ୍ଜନ ନାୟକ ସ୍ୱାଗତ ଭାଷଣ ଦେଇ ଜାତୀୟ ପ୍ରେସ ଦିବସର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ସଂଘର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ପାଣ୍ଡଵ ସାହୁ ଅତିଥି ପରିଚୟ ପ୍ରଦାନ କରି ସାମ୍ବାଦିକ ମାନଙ୍କୁ ରାଜ୍ୟ ସରକାର ସୁରକ୍ଷା ଯୋଗାଇଦେବାକୁ ଅନୁରୋଧ କରିଥିଲେ l ଏବଂ ଭଏସ ଅଫ ମେଡ଼ିଆ ସଂଘର ସ୍ଥାୟୀ ଗୃହ ନିର୍ମାଣ ନିମନ୍ତେ ଏକ ସରକାରୀ ଜମି ଯୋଗାଇ ଦେବାକୁ ତହସିଲଦାର ସୁଶ୍ରୀ ନିବେଦିତା ପରିଡ଼ାଙ୍କୁ ନିବେଦନ କରିଥିଲେ l ସାମ୍ବାଦିକମାନେ ଗଣତନ୍ତ୍ରର ଚତୃର୍ଥ ସ୍ତମ୍ଭ ହୋଇଥିବାରୁ ସେମାନେ ନିର୍ଭୟ ଓ ନିରପେକ୍ଷଭାବେ କାର୍ଯ୍ୟ କଲେ ସମାଜ ତଥା ରାଷ୍ଟ୍ରର ବିକାଶ ହୋଇପାରିବ ଏବଂ ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ସଚେତନ ହୋଇ ସମସ୍ତ ଜନ କଲ୍ୟାଣ କାର୍ଯ୍ୟକ୍ରମ କରିବେ ବୋଲି ମୁଖ୍ୟ ଅତିଥି ତହସିଲଦାର ସୁଶ୍ରୀ ପରିଡ଼ା ସାମ୍ବାଦିକମାନଙ୍କୁ ପରାମର୍ଶ ଦେଇଥିଲେ l ଏକତା ହିଁ ବଳ ହୋଇଥିବାରୁ ସାମ୍ବାଦିକମାନେ ମିଳିତ ଭାବେ ଦୃନୀତି ବିରୋଧରେ କଲମ ଚାଳନା କଲେ ଅସାମାଜିକ ଲୋକମାନଙ୍କର ଓ ଅଫିସରମାନଙ୍କ ମୁଖା ଖୋଲିଯିବ ଏବଂ ରାଷ୍ଟ୍ରର ବିକାଶ ହୋଇପାରିବ ବୋଲି ମୁଖ୍ୟ ବକ୍ତା ବିଡ଼ିଓ ଶରତ କୁମାର ମଲ୍ଲିକ ସୂଚନା ପ୍ରଦାନ କରିଥିଲେ l ବୋଲଗଡ ବ୍ଲକ ଅଞ୍ଚଳର ସମସ୍ତ ଯୁବ ସାମ୍ବାଦିକମାନେ ମିଳିତଭାବେ ବୋଲଗଡ ବ୍ଲକ ଅଞ୍ଚଳର ବିକାଶ ପାଇଁ ତଥା ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମ ଗୁଡିକୁ ତ୍ୱରାନ୍ୱିତ କରିବାକୁ ସଂଗ୍ରାମ ଜାରିରଖିବାକୁ ସମସ୍ତ ନିମନ୍ତ୍ରିତ ଅତିଥିମାନେ ପରାମର୍ଶ ଦେଇଥିଲେ l ଆଜିର ଏହି ଜାତୀୟ ପ୍ରେସ ଦିବସରେ ବୋଲଗଡ ବ୍ଲକ ଅଞ୍ଚଳର ବହୁ ସାମ୍ବାଦିକମାନେ ଯୋଗଦେଇ ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ସାମ୍ବାଦିକ ମାନଙ୍କୁ 10ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା, ସାମାଜିକ ସୁରକ୍ଷା, ସାମ୍ବାଦିକ ପେନସନ, ଘରଦିହ ଓ ଇନ୍ଦିରା ଆବାସ ତଥା ବିଜୁ ପକ୍କାଘର ଯୋଗାଇଦେବାକୁ ଦାବି କରିଥିଲେ l ପରିଶେଷରେ ସଂଘର ସମ୍ପାଦକ ସତ୍ୟନାରାୟଣ ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ସାହିତ୍ୟିକ ଆଲୋଚନା ଓ କବିତା ପାଠୋତ୍ସବ by Proprietor Abhimanyu Maharana October 13, 2026 ଯୁବକଙ୍କୁ ଘରୁ ଘୋଷାଡ଼ି ଆଣି ନିର୍ମମ ହତ୍ୟା, ୨ ଅଭିଯୁକ୍ତ ଅଟକ by Proprietor Abhimanyu Maharana October 13, 2026 କଣ୍ଟାବାଞ୍ଜିରେ କିନ୍ନର ସମାଜ ପକ୍ଷରୁ ଭବ୍ୟ ନବରାତ୍ରୀ ପୂଜା, ସହରବାସୀଙ୍କ ମଙ୍ଗଳ କାମନା by Proprietor Abhimanyu Maharana October 12, 2026 ମର୍ଦ୍ଦରାଜ ପୁର ପୁରୁଣା ସାହି, ବୋଦଶା ଗାଁ ରାସ୍ତା ର ଅବସ୍ଥା ଶୋଚନୀୟ by Proprietor Abhimanyu Maharana October 12, 2026 ଜିଲ୍ଲା ସ୍ତରୀୟ ମହକ ଓ ଉତ୍ସାହ ୨୦୨୬ ଅନୁଷ୍ଠିତ by Proprietor Abhimanyu Maharana October 12, 2026 ଦିନରେ ବାଲିବନ୍ତ ରୁ ବାଲି ଚୋରି ଧୃତରାଷ୍ଟ୍ର ପରି ବସିଛି ପ୍ରଶାସନ : ଭୁଶୁଡି ପଡିବ ହରିସହଦେବ ମନ୍ଦିର by Proprietor Abhimanyu Maharana October 12, 2026