୧୬ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡାର ସର୍ବ ପୁରାତନ ଶ୍ରୀଜଗନ୍ନାଥ ମନ୍ଦିର ପରିସର ରେ ନବ ନିର୍ମିତ ପାର୍ଶ୍ଵ ଦେବା ଦେବୀ ଙ୍କ ନୂତନ ମନ୍ଦିର ନିର୍ମାଣ ସହ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଶନିବାର ଠାରୁ ଆରମ୍ଭ ହୋଇଯାଇଛି । ଏହାକୁ ନେଇ ସମଗ୍ର ମନ୍ଦିର ପରିସର ସୁସଜିତ ହୋଇଥିବା ବେଳେ ଏହା ୫ ଦିନ ଧରି ଚାଲିବ । ଘୃତ ଯଜ୍ଞ ,ନାମ ଯଜ୍ଞ ,ଅନ୍ନ ଯଜ୍ଞ ,ଜ୍ଞାନ ଯଜ୍ଞ ସହ ଲକ୍ଷ୍ମୀ, ଗଣେଶ ,କାଶୀ ବିଶ୍ଵ ନାଥ ,ବିମଳା ,ରଘୁନାଥ ରାଧା କୃଷ୍ଠ ,ସୂର୍ଯ୍ୟ ଦେବା ଦେବୀ ମନ୍ଦିର ସହ ନୂତନ ବିଗ୍ରହ, ଯନ୍ତ୍ର ସହ ସିଂହ ଦ୍ଵାର ,ସ୍ନାନ ମଣ୍ଡପ ,ଯଜ୍ଞ ମଣ୍ଡପ, ଆନନ୍ଦ ବଜାର , କଲ୍ଯାଣ ମଣ୍ଡପ ଆଦି ପ୍ରତିଷ୍ଠା ହେବ ।

