Home ଓଡ଼ିଶା କନ୍ଧମାଳ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୫ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> ଖରିଫ୍ ବର୍ଷ- ୨୦୨୪-୨୫ ପାଇଁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିପ୍ପଣୀ ନିରୀକ୍ଷକମାନେ ମଣ୍ଡିରେ ଧାନ ବିକ୍ରୟ କରିବାକୁ ଚାଷୀମାନଙ୍କୁ ସଚେତନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଚଳିତ ବର୍ଷଠାରୁ କଟ୍ନି ଛଟ୍ନି ହେବ ନାହିଁ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ମଣ୍ଡିଗୁଡ଼ିକୁ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ନେଟ୍ୱାର୍କ ଥିବା ସ୍ଥାନରେ ଦ୍ଵିତୀୟ ଧାନ କ୍ରୟ କେନ୍ଦ୍ର ଖୋଲିବା ଆବଶ୍ୟକ। ଚାଷୀ ମାନେ ଚଳିତ ବର୍ଷର ଧାନ ବିକ୍ରୟ କରନ୍ତୁ କାରଣ ଫେୟାର ଆଭରେଜ୍ କ୍ୱାଲିଟି କିମ୍ବା ଗ୍ରେଡ୍-ଏ ଧାନ ମିଲର୍ ମାନେ କିଣିବାକୁ ଚାହୁଁଛନ୍ତି। ଚାଷୀମାନଙ୍କୁ ଏ ଦିଗରେ ସଚେତନ କରିବାର ଆବଶ୍ୟକତା ରହିଛି। ଯଦି ଆବଶ୍ୟକ ପଡ଼େ ତେବେ ଅତିରିିକ୍ତ ମିଲର୍ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ। ରବି ଫସଲ ପାଇଁ ମଣ୍ଡି ଖୋଲିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବାପାଇଁ ଅନୁରୋଧ କରାଯାଇଥିଲା। ବେସାମରିକ ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ର ଚଳିତ ବର୍ଷର ଧାନ କ୍ରୟ ପାଇଁ ସରକାରଙ୍କ ଯୋଜନା ସବୁ କ’ଣ ରହିଛି ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନ କେଉଁ କେଉଁ ବ୍ୟବସ୍ଥା କରିଛି ସେ ବିଷୟରେ ବୈଠକରେ ପାୱାର ପଏଣ୍ଟ ମାଧ୍ୟମରେ ସୂଚନା ଦେଇଥିଲେ। ସେ କହିଲେ ଧାନ କ୍ରୟରେ ଅସୁବିଧା ନ ହେବା ପାଇଁ ନୋଡାଲ ଅଫିସର ନିଯୁକ୍ତି ହେବା ସହିତ ଜିଲ୍ଲା ବେସାମରିକ ଯୋଗାଣ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍ ଖୋଲାଯିବ। ସମସ୍ତଙ୍କ ନିଷ୍ପତିକ୍ରମେ ଚଳିତ ବର୍ଷ ଆସନ୍ତା ଡ଼ିସେମ୍ବର ୧୦ ତାରିଖରୁ ଜିଲ୍ଲାରୁ ଧାନ କ୍ରୟ କରିବା ଆରମ୍ଭ ହେବ ବୋଲି ସ୍ଥିର କରାଗଲା। ଶ୍ରୀ ମିଶ୍ର ଦେଇଥିବା ସୂଚନାରୁ ଜଣାପଡ଼ିଛି ଯେ, ଆର୍.ଏମ୍.ସି. ଫୁଲବାଣୀ ଓ ଟିକାବାଲି କାର୍ଯ୍ୟକରୁଛି। ଖରିଫ୍ ବର୍ଷ- ୨୦୨୪-୨୫ ପାଇଁ ୨୨ ଗୋଟି ଲାମ୍ପ୍ସ ଅଂଶଗ୍ରହଣ କରିଥିବାବେଳେ ଗୋଟିଏ ମହିଳା ସୟଂ ସହାୟିକା ଗୋଷ୍ଠୀ ଅଂଶଗ୍ରହଣ କରିଛନ୍ତି। ଗତବର୍ଷ ୩ ହଜାର ୮୭୫ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ଚଳିତ ବର୍ଷ ୩ହଜାର ୫୧୦ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି। ଅଧିକ ମଣ୍ଡି ବ୍ୟାବସ୍ଥା କରିବା ପାଇଁ ଚାଷୀମାନେ ଆବେଦନ କଲେ ତାହା କୃଷି ବିଭାଗକୁ ଜଣାଇଦିଆଯିବ। ବିକ୍ରୟ ପାଇଁ ଅସିଥିବା ଧାନକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସୁରକ୍ଷିତ ଅବସ୍ଥାରେ ରଖିବା ପାଇଁ ବ୍ୟବସ୍ଥା କରାଯିବ। ଚଳିତ ଖରିଫ୍ ବର୍ଷ ପାଇଁ ଫେୟାର ଆଭରେଜ୍ କ୍ୱାଲିଟି ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨ହଜାର ୩୦୦ଟଙ୍କା ଥିବାବେଳେ ଗ୍ରେଡ୍-ଏ ଧାନ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ୨ହଜାର ୩୨୦ଟଙ୍କା ରଖାଯାଇଛି। ଅବଶ୍ୟକ ହେଲେ ଅନ୍ୟ ଜିଲ୍ଲାରୁ ଅତିରିକ୍ତ ମିଲର ଙ୍କୁ ଆମ ଜିଲ୍ଲାରୁ ଧାନ କ୍ରୟ ପାଇଂ ସୁଯୋଗ ଦିଆଯିବ ଏବଂ ଧାନ ସଂଗ୍ରହ ପାଇଁ ସେମାନଙ୍କୁ ଅଧିକ ସଂଖ୍ୟକ ଗାଡ଼ି କିଣିବାକୁ କୁହାଯିବ। ଅତିରିକ୍ତ ବେସାମରିକ ଯୋଗାଣ ଅଧିକାରୀ ଦିଲ୍ଲିପ୍ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା- କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶମ୍ଭୁନାଥ ନନ୍ଦୀଙ୍କ ସମେତ ଅତିରିକ୍ତ ବେସାମରିକ ଯୋଗାଣ ଅଧିକାରୀ ସୂର୍ଯ୍ୟ କୁମାର ପାଣିଗ୍ରାହୀ, କୃଷକ ପ୍ରତିନିଧି, ମିଲର୍, ନିୟନ୍ତ୍ରିତ ବଜାର କମିଟି ଗୁଡ଼ିକର ସମ୍ପାଦକ, ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026 ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ by Proprietor Abhimanyu Maharana September 29, 2026 ବିଶ୍ୱ ଜଳାତଙ୍କ ଦିବସ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 29, 2026