
୧୫ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭୁବନେଶ୍ୱର ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ପବିତ୍ର ବିନ୍ଦୁସାଗର ଠାରେ ଚଳିତ ବର୍ଷ ବୋଇତ ବନ୍ଦାଣ ଉତ୍ସବ ଓ ଏକାମ୍ର ସଂସ୍କୃତି ସମ୍ମାନ ପାଳିତ ହୋଇଯାଇଛି । ଏହି ଅବସରରେ ଭୋର୍ ଚାରିଟା ରୁ ଆରାଧନା ଭଜନ ସନ୍ଧ୍ୟାର ସୁନାମଧନ୍ୟ କଳାକାର ଓ ଉଦଘୋଷକ ଶ୍ରୀନିବାସ ଘଟୁଆରି,ଆଲୋକ କୁଣ୍ଡୁ,ଅଲିଭା ରଥ ଙ୍କ ଦ୍ଵାରା ଭଜନ ରେ ବିନ୍ଦୁ ସାଗର ଉତ୍ତରେସ୍ୱର ଘାଟ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା ।

