Home ଓଡ଼ିଶା ବାଲୁଙ୍କେଶ୍ୱର ଦେଵ ଙ୍କ ପୀଠରେ କାର୍ତ୍ତିକ ପୂର୍ଣ୍ଣିମା ରେ ଭଜନ ସମାରୋହ ଓ ନ୍ରୃତ୍ୟ ଵିଚିତ୍ରା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୫ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଚିଲିକା ବ୍ଲକ ଅନ୍ତର୍ଗତ ଗଙ୍ଗାଧର ପୁର ଶାସନ ରେ ବିଜେ ଶ୍ରୀ ବାଲୁଙ୍କେଶ୍ବର ଦେବଙ୍କ ପୀଠରେ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ବହୁ ସଂଖ୍ୟା ରେ କାର୍ତ୍ତିକ ବ୍ରତ ଧାରୀ ଏବଂ ଶ୍ରଦ୍ଧାଳୁ ମାନଙ୍କ ସମାରୋହ ସାରା ଦିନ ଲାଗି ରହିଥିଲା । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା ଏବଂ ଉତ୍କଳିକା ସଙ୍ଗୀତ ଏକାଡେମୀ, ନାଚୁଣୀ ର ଛାତ୍ରୀ ମାନଙ୍କ ଦ୍ଵାରା ଓଡ଼ିଶୀ ଓ ଵିହୁ ନ୍ରୃତ୍ୟ ପରିବେଷିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଚିଲିକା ବ୍ଲକ ର ପ୍ରାକ୍ତନ ଅଧ୍ୟକ୍ଷ ଲଳିତ ମୋହନ ପଟ୍ଟନାୟକ,କାଙ୍କଣ । ଶିଖରୀ ଉନ୍ନୟନ କମିଟିର ର ସମ୍ପାଦକ ସୁଶାନ୍ତ କୁମାର ସାହୁ ପ୍ରମୁଖ ମାନ୍ୟଗଣ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ଶିବପ୍ରସାଦ ତ୍ରିପାଠୀ ଏବଂ ପ୍ରଧାନ ଶିକ୍ଷକ ସୀତାକାନ୍ତ ନନ୍ଦ କାର୍ଯ୍ୟକ୍ରମ ର ସନ୍ ଯୋଜନା କରିଥିଲେ । ମନ୍ଦିରରେ ପରିଚାଳନା କମିଟି ଟ୍ରଷ୍ଟି ଆଇନଜୀବୀ ପ୍ରଦୀପ୍ତ କୁମାର ନନ୍ଦ ସାମଗ୍ରିକ ପରିଚାଳନା କରିଥିଲେ। ଏହି ଅବସରରେ ରତନପୁର ରୁ ଆଗତ କଣ୍ଠଶିଳ୍ପୀ ମାନଙ୍କୁ ସମ୍ମାନିତ କରା ଯାଉଥିଲା ଏବଂ ଉତ୍କଳିକା ସଙ୍ଗୀତ ଏକାଡେମୀ ର ଓଡ଼ିଶୀ ଗୁରୁ ଶ୍ରୀ ମତୀ ବିଜୟଲକ୍ଷ୍ମୀ ବଳିୟାର ସିଂହ ଏବଂ ତାଙ୍କର ଛାତ୍ରୀ ମାନଙ୍କୁ ମଧ୍ୟ ପ୍ରମାଣପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ସାହିତ୍ୟିକ ଆଲୋଚନା ଓ କବିତା ପାଠୋତ୍ସବ by Proprietor Abhimanyu Maharana October 13, 2026 ଯୁବକଙ୍କୁ ଘରୁ ଘୋଷାଡ଼ି ଆଣି ନିର୍ମମ ହତ୍ୟା, ୨ ଅଭିଯୁକ୍ତ ଅଟକ by Proprietor Abhimanyu Maharana October 13, 2026 କଣ୍ଟାବାଞ୍ଜିରେ କିନ୍ନର ସମାଜ ପକ୍ଷରୁ ଭବ୍ୟ ନବରାତ୍ରୀ ପୂଜା, ସହରବାସୀଙ୍କ ମଙ୍ଗଳ କାମନା by Proprietor Abhimanyu Maharana October 12, 2026 ମର୍ଦ୍ଦରାଜ ପୁର ପୁରୁଣା ସାହି, ବୋଦଶା ଗାଁ ରାସ୍ତା ର ଅବସ୍ଥା ଶୋଚନୀୟ by Proprietor Abhimanyu Maharana October 12, 2026 ଜିଲ୍ଲା ସ୍ତରୀୟ ମହକ ଓ ଉତ୍ସାହ ୨୦୨୬ ଅନୁଷ୍ଠିତ by Proprietor Abhimanyu Maharana October 12, 2026 ଦିନରେ ବାଲିବନ୍ତ ରୁ ବାଲି ଚୋରି ଧୃତରାଷ୍ଟ୍ର ପରି ବସିଛି ପ୍ରଶାସନ : ଭୁଶୁଡି ପଡିବ ହରିସହଦେବ ମନ୍ଦିର by Proprietor Abhimanyu Maharana October 12, 2026