Home ଓଡ଼ିଶା ଗୋଦାବରୀଶ ମହାବିଦ୍ୟାଳୟ ପରିଦର୍ଶନ କଲେ ନାକ୍ ଟିମ୍ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୫ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :-> ଓଡ଼ିଶାର ବରପୁତ୍ର ଗୋଦାବରୀଶଙ୍କ ନାମରେ ନାମିତ ଏକ ପୁରାତନ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟ ଚଳିତ ମାସ ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନାକ୍ କମିଟି ଦ୍ବାରା ପରିଦର୍ଶିତ ହୋଇଛି ଏହି ତିନି ଜଣିଆ କମିଟିରେ ଉତ୍ତରପ୍ରଦେଶ ମା ଶାକମ୍ବରୀ ବିଶ୍ଵବିଦ୍ୟାଳୟର କୁଳପତି ଡ଼ ହୃଦୟ ଶଙ୍କର ସିଂ ଅଧ୍ୟକ୍ଷ,ମିଜୋରାମ ଆଇଜଲ୍ ବିଶ୍ଵବିଦ୍ୟାଳୟର ସାଧାରଣ ପ୍ରଶାସନ ବିଭାଗର ମୁଖ୍ୟ ଡ଼ ଲାଲ ରିନ ଲୁଆଙ୍ଗା ସଂଯୋଜକ ଓ ମୁମ୍ବାଇ ସ୍ଥିତ ଗୋରେଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ପତିଭା ଗାଏକୱାଡ ସଦସ୍ୟ ଭାବରେ ଯୋଗଦେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନାୟକ ହୋତା, ଆଇ କ୍ୟୁ ଏ ସି ସଂଯୋଜକ ଡ଼ ଋତୁସ୍ମିତା ମିଶ୍ର ଙ୍କ ସହ ଆଲୋଚନା ପରେ ବିଭିନ୍ନ ବିଭାଗର ମୁଖ୍ୟ ମାନଙ୍କ ଠାରୁ ବିଭାଗର ପାଠ୍ୟ ଦାନ ସେମିନାର ଆଦି ସମସ୍ତ ବିବରଣୀ ସଂଗ୍ରହ କରିଥିଲେ । ପରେ ପରେ ସମସ୍ତ ବିଭାଗ, ଲବୋରେଟୋରୀ, ଲାଇବ୍ରେରୀ ,କାର୍ଯ୍ୟାଳୟ,ଅର୍ଥ ବିଭାଗ,କ୍ରୀଡା ବିଭାଗ, ଏନ ସି ସି ,ରେଞ୍ଜର ରୋଭର୍,ରେଡକ୍ରସ, ଏନ୍ ଏ ସେସ ଛାତ୍ରୀ ନିବାସ ଆଦି ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ।ମଧ୍ୟାହ୍ନ ଭୋଜନ ପରେ ପୁରାତନ ଛାତ୍ର ସଂସଦ ତରଫରୁ ସଭାପତି ଜିତେନ୍ଦ୍ର ଭୋଳ ଟିମକୁ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ । ଟିମ୍ ର ସଦସ୍ୟମାନେ ପୁରାତନ ଛାତ୍ର ସଂସଦ,ଅଭିଭାବକ ,ମହାବିଦ୍ୟାଳୟର କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ।ମହାବିଦ୍ୟାଳୟ ତରଫରୁ ସେମାନଙ୍କୁ ମୁଖ୍ୟ ଫାଟକ ନିକଟରୁ ସମସ୍ତ କର୍ମଚାରୀ ଛାତ୍ର ଛାତ୍ରୀ ମାନଙ୍କଦ୍ୱରା ସମ୍ବର୍ଦ୍ଧିତ କରାଯାଇ ସ୍ବାଗତ କରାଯାଇଥିଲା । ସନ୍ଧ୍ୟାରେ ଛାତ୍ର ଛାତ୍ରୀ ମାନେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶେଷରେ ସେମାନେ ବିବରଣୀ ପ୍ରସ୍ତୁତକରି ଅଧ୍ୟକ୍ଷଙ୍କୁ ପ୍ରଦାନ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ସାହିତ୍ୟିକ ଆଲୋଚନା ଓ କବିତା ପାଠୋତ୍ସବ by Proprietor Abhimanyu Maharana October 13, 2026 ଯୁବକଙ୍କୁ ଘରୁ ଘୋଷାଡ଼ି ଆଣି ନିର୍ମମ ହତ୍ୟା, ୨ ଅଭିଯୁକ୍ତ ଅଟକ by Proprietor Abhimanyu Maharana October 13, 2026 କଣ୍ଟାବାଞ୍ଜିରେ କିନ୍ନର ସମାଜ ପକ୍ଷରୁ ଭବ୍ୟ ନବରାତ୍ରୀ ପୂଜା, ସହରବାସୀଙ୍କ ମଙ୍ଗଳ କାମନା by Proprietor Abhimanyu Maharana October 12, 2026 ମର୍ଦ୍ଦରାଜ ପୁର ପୁରୁଣା ସାହି, ବୋଦଶା ଗାଁ ରାସ୍ତା ର ଅବସ୍ଥା ଶୋଚନୀୟ by Proprietor Abhimanyu Maharana October 12, 2026 ଜିଲ୍ଲା ସ୍ତରୀୟ ମହକ ଓ ଉତ୍ସାହ ୨୦୨୬ ଅନୁଷ୍ଠିତ by Proprietor Abhimanyu Maharana October 12, 2026 ଦିନରେ ବାଲିବନ୍ତ ରୁ ବାଲି ଚୋରି ଧୃତରାଷ୍ଟ୍ର ପରି ବସିଛି ପ୍ରଶାସନ : ଭୁଶୁଡି ପଡିବ ହରିସହଦେବ ମନ୍ଦିର by Proprietor Abhimanyu Maharana October 12, 2026