Home ଓଡ଼ିଶା ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର : ପାଲଟିଛି ମରଣଯନ୍ତା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୫ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> ବାଲୁଗାଁ ବିଦ୍ୟୁତ ଡିଭିଜନ ଅନ୍ତର୍ଗତ ନାଚୁଣୀ ସେକ୍ସନ ଅଧୀନ କହ୍ନେଇ ପୁର ଗ୍ରାମକୁ ଘରୋଇ ବିଦ୍ୟୁତ୍ ଯୋଗାଣ ଉଦ୍ଦେଶ୍ୟରେ ,୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଉକ୍ତ ଗ୍ରାମକୁ ସନ୍ ଯୋଗ କରୁଥିବା ରାସ୍ତା ପାର୍ଶ୍ଵରେ ବହୁ ଦିନରୁ ରହିଥିଵା ମୁକୁଳା ଟ୍ରାନ୍ସଫର୍ମର ଟି ସଂପ୍ରତି ଜନସାଧାରଣ ଏବଂ ଜୀବଜନ୍ତୁ ଙ୍କ ପାଇଁ ମରଣ ଯନ୍ତା ପାଲଟିଛି । ଏହି ୧୧କେଭି ବିଦ୍ୟୁତ ଯୋଗଣ କାରୀ ଟ୍ରାନ୍ସଫର୍ମର ଚାରି ପଟେ ସ୍ଥାୟୀ ପ୍ରାଚୀର ନ ଥିବାରୁ ବିଭିନ୍ନ ସମୟରେ ପଥଚାରୀ ଏବଂ ଗ୍ରୃହ ପାଳିତ ଗାଈ ଗୋରୁ, ଛେଳି, କୁକୁର ମାନଙ୍କ ପ୍ରତି ଦୁର୍ଘଟଣା ଜନିତ ବିପଦର ଆଶଙ୍କା କୁ ଏଡାଇ ଦେଇ ହେବ ନାହିଁ । ଟ୍ରାନ୍ସଫର୍ମର ଚାରି ପାଖରେ ବହୁ ଅନାବନା ଗଛ ଲଟା ବିଦ୍ୟୁତ ଖୁଣ୍ଟ ଓ ବିଦ୍ୟୁତ ସ୍ରୋତ ଵାହୀ ତାରକୁ ଏକରକମ ଘୋଡାଇ ରଖିବା ଫଳରେ ଏହି ବିଦ୍ୟୁତ ସୁପରିଵାହୀ ମାଧ୍ୟମରେ ବିଦ୍ୟୁତ ବିସର୍ଜନ ଘଟି ପ୍ରତ୍ୟହ ଏହି ସର୍ବ ସାଧାରଣ ରାସ୍ତା ଦେଇ ଯାତାୟତ କରୁଥିବା ଜନ ସାଧାରଣଙ୍କ ଜୀବନ ପ୍ରତି ବିପଦର ଆଶଙ୍କା ରହିଛି। ଏଣୁ ବିଦ୍ୟୁତ କର୍ତ୍ତୃପକ୍ଷ ତୁରନ୍ତ ଏହି ମୁକୁଳା ଟ୍ରାନ୍ସଫର୍ମର କୁ ସ୍ଥାୟୀ ଘେରାଵନ୍ଦୀ କରିବାକୁ ସ୍ଥାନୀୟ କହ୍ନେଇ ପୁର ଗ୍ରାମବାସୀ ତଥା ଏହି ସବୁଦିନିଆ ରାସ୍ତା ଉପରେ ନିର୍ଭର କରୁଥିବା ବିଭିନ୍ନ ଗ୍ରାମ ପଞ୍ଚାୟତ ର ଜନ ସାଧାରଣ ଦାବୀ କରିଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ସାହିତ୍ୟିକ ଆଲୋଚନା ଓ କବିତା ପାଠୋତ୍ସବ by Proprietor Abhimanyu Maharana October 13, 2026 ଯୁବକଙ୍କୁ ଘରୁ ଘୋଷାଡ଼ି ଆଣି ନିର୍ମମ ହତ୍ୟା, ୨ ଅଭିଯୁକ୍ତ ଅଟକ by Proprietor Abhimanyu Maharana October 13, 2026 କଣ୍ଟାବାଞ୍ଜିରେ କିନ୍ନର ସମାଜ ପକ୍ଷରୁ ଭବ୍ୟ ନବରାତ୍ରୀ ପୂଜା, ସହରବାସୀଙ୍କ ମଙ୍ଗଳ କାମନା by Proprietor Abhimanyu Maharana October 12, 2026 ମର୍ଦ୍ଦରାଜ ପୁର ପୁରୁଣା ସାହି, ବୋଦଶା ଗାଁ ରାସ୍ତା ର ଅବସ୍ଥା ଶୋଚନୀୟ by Proprietor Abhimanyu Maharana October 12, 2026 ଜିଲ୍ଲା ସ୍ତରୀୟ ମହକ ଓ ଉତ୍ସାହ ୨୦୨୬ ଅନୁଷ୍ଠିତ by Proprietor Abhimanyu Maharana October 12, 2026 ଦିନରେ ବାଲିବନ୍ତ ରୁ ବାଲି ଚୋରି ଧୃତରାଷ୍ଟ୍ର ପରି ବସିଛି ପ୍ରଶାସନ : ଭୁଶୁଡି ପଡିବ ହରିସହଦେବ ମନ୍ଦିର by Proprietor Abhimanyu Maharana October 12, 2026