ଓଡିଶା ତାଜା ନ୍ୟୁଜ୍ (୨୦ ଅଗଷ୍ଟ ଗୁରୁବାର) ବରଗଡ଼ :- ଭାରତ ବର୍ଷ ର ପୂର୍ବ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀ ଙ୍କର ଜନ୍ମ ଜୟନ୍ତୀ ଅବସରରେ ବରଗଡ଼ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଭେଡେନ ବ୍ଲକ୍ ଥୁଆପାଲି ଠାରେ ଗଛ ର ଚାରା ବଣ୍ଟନ ଓ ବୃକ୍ଷ ରୋପଣ କରାଯାଇଛି । ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ସୁଶାନ୍ତ ସାହୁ ଙ୍କ ନେତୃତ୍ୱ ରେ ଥୁଆପାଲି ଠାରେ ଚାରା ବଣ୍ଟନ ଓ ବୃକ୍ଷରୋପଣ କରାଯାଇଛି ।
ଏଥିରେ ରାଜ୍ୟ ଯୁବ କଂଗ୍ରେସ ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ଅଭିଳାଷ ପତି ଯୋଗଦାନ କରିଥିଲେ । ଏଥିରେ ବରଗଡ଼ ଜିଲ୍ଲା ଯୁବ କଂଗ୍ରେସ ସକ୍ରିୟ କର୍ମୀ ଜିତେନ୍ଦ୍ର ପୋଢ଼ ,ଭୋଳା ଜୁଆଡୀ ,ସତ୍ୟବ୍ରତ ପାଢ଼ୀ , ଶିବ ଜୁଆଡ଼ି , ସୁରୁ ବଡି ,ଅଶିକ , ଶ୍ୟାମ, ରଜନୀ ପୋଢ଼ , ନିମାଇଁ ଜୁଆଡି , କିରଣ ପ୍ରମୁଖ ଯୋଗ ଦେଇଥିଲେ ।
