ମା ‘ ନାରାୟଣ ଚଣ୍ଡୀଙ୍କ ପୀଠରେ ବିଶ୍ୱ ଶାନ୍ତି ମହାଯଞ ଉଦଯାପିତ

୧୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ପାହାଳ ଥାନା ଅନ୍ତର୍ଗତ ପାହାଳ ଗ୍ରାମର ମା’ ନାରାୟଣ ଚଣ୍ଡୀ ଦେବୀଙ୍କ ପୀଠରେ କାର୍ତ୍ତିକ ମାସ ପଞ୍ଚକ ଠାରୁ ପାଞ୍ଚଦିନ ଧରି ଚାଲିଥିବା ବିଶ୍ୱଶାନ୍ତି ମହାଯଜ୍ଞ ଶୁକ୍ରବାର ପୂର୍ଣ୍ଣିମାରେ ଶେଷ ହୋଇଛି ।

ଏହି ଉପଲକ୍ଷେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ପାହାଳ ଗ୍ରାମ୍ୟ କମିଟିର ସଭାପତି, ଉପ ସଭାପତି , ସଂପାଦକ ଏବଂ ଗ୍ରାମର ସମସ୍ତ ଯୁବକ ମାନେ ଯୋଗ ଦେଇ ମା’ ନାରାୟଣ ଚଣ୍ଡୀଙ୍କ ଯଞ କାର୍ଯ୍ୟ ସମାପନରେ ସହଯୋଗ କରିଥିଲେ ।

Exit mobile version