ଜିରାଙ୍ଗ ଠାରେ ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪,୨୫

୧୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼  :->  ଗଜପତି ଜିଲ୍ଲା ରାୟଗଡ ବ୍ଲକର ଜିରାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ପ୍ରାୟ 80 ଗୋଟି ବିଦ୍ୟାଳୟ ଅଂଶ ଗ୍ରହଣ କରି ପ୍ରାୟ 78 ଟି ପ୍ରୋଜେକଟ କୁ 7 ଟି ସ୍ତର ରେ ପ୍ରଦର୍ଶନୀ ହୋଇଥିଲା । କୁନି କୁନି ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିବା ବେଳେ ପ୍ରଜେକଟିକୁ ଚାରି ଜଣ ଦକ୍ଷ ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଜର୍ଜମେଣ୍ଟ କରି ତିନି ସ୍ତରରେ ମନାନୀତ କରିଥିଲେ ଏଠାରେ ମନାନୀତ ହୋଇଥିବା କୁନି କୁନି ବୈଜ୍ଞାନିକ ମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା l

ଏହି କାର୍ଯ୍ୟକ୍ରମ ରାୟଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଟି. କିଶୋର କୁମାର ଙ୍କ ସଭାପତିତ୍ୱ ରେ ଆରମ୍ଭ ହୋଇଥିଲା ଏଠାରେ ସନମାନିତ ଅତିଥି ଭାବେ ରାୟଗଡ ପଂଚାୟତ ସମିତି ର ଉପ ଅଧକ୍ଷ ଜୋତି ପ୍ରସାଦ ପାଣି,DSO ଅଶୋକ କୁମାର ସିଂ, ଉପଗୋଷ୍ଠି ଶିକ୍ଷା ଅଧିକାରୀ ଏସ.ପାପା ରାଓ, ପ୍ରଧାନ ଶିକ୍ଷକ ସୁନାମ ଚନ୍ଦ୍ର ପରିଛା ମଞ୍ଚାସିନ ଥିବା ବେଳେ ପ୍ରତେକ ବିଦ୍ୟାଳୟ ରୁ ଆସିଥିବା ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟ ର ଶିକ୍ଷକ ସୀତାକାନ୍ତ ମହାନ୍ତି ଓ ନୀଳକଣ୍ଠ ରଇତ ପରିଚାଳନା କରିଥିଲେ l

Exit mobile version