Home ଓଡ଼ିଶା ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ଓ ତିଥି ଭୋଜନ ଆୟୋଜିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଚ|ହ|ଳି ଗ୍ରାମ ପଂଚାୟତ ରେ ଅବସ୍ଥିତ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଅଛି | ପ୍ରଥମେ ବିଦ୍ୟାଳୟ ମଧ୍ୟରେ ଥିବା ମହାପୁରୁଷ ଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା | ଭାରତ ର ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହାରଲାଲ ନେହେରୁ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା | ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା | ବ୍ଲକ୍ ସ୍ତରୀୟ ବିଜ୍ଞାନମେଳା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଦଶମ ଶ୍ରେଣୀ ର ଛାତ୍ର ଶକ୍ତିପ୍ରକାଶ ନାୟକ ଓ ଜାତୀୟ ଗ୍ରାମୀଣ ମେଧା ଅନ୍ୱେଷଣ ପାଇଁ ନୀଳମାଧବ ନାଥ ଙ୍କୁ ପୁରସ୍କୃତ କରାଯାଇଥିଲା | ବିଦ୍ୟାଳୟ ର ପ୍ରଧାନଶିକ୍ଷକ ନିରଞ୍ଜନ ଦାସ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ସୁବାସ କୁମାର ମିଶ୍ର, ପଞ୍ଚାସଖା ଶିକ୍ଷା ସେତୁର ସଭାପତି ଦିଲ୍ଲୀପ କୁମାର ମିଶ୍ର ଓ ସଭ୍ୟ ଗୁଣନିଧି ଶତପଥୀ ଙ୍କ ସହ ପ୍ରାକ୍ତନ ସଂସ୍କୃତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମିଶ୍ର ଯୋଗଦେଇଥିଲେ | ଏଥିରେ ବିଦ୍ୟାଳୟ ର ଶିକ୍ଷକ ଶତ୍ରୁଘ୍ନ ପ୍ରଧାନ,ସତ୍ୟ ନାରାୟଣ ସାହୁ,ଲକ୍ଷ୍ମୀଧର ସାହୁ,କବିତା ବେହେରା, ମନୋଜ କୁମାର ପଣ୍ଡା, ହୃଷୀକେଶ ସାହୁ,ବିପ୍ଳବ କୁମାର ସାହୁ, ଅକ୍ରୁର ବେହେରା, ମଞ୍ଜୁଳା ବିଷୋୟୀ, ଅଖିଳ ନାଥ ବେହେରା,କ୍ଷୀରୋଦ କୁମାର ସାହୁ ଯୋଗଦେଇଥିଲେ | ବିଦ୍ୟାଳୟ ର ଶିକ୍ଷକ ହୃଷୀକେଶ ସାହୁ ଙ୍କ ତରଫରୁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଏକ ତିଥି ଭୋଜନ ର ଆୟୋଜନ କରାଯାଇଥିଲା | କାର୍ଯକ୍ରମ କୁ ବିଦ୍ୟାଳୟର କ୍ରୀଡା ଶିକ୍ଷକ ବିରଞ୍ଚି ନାରାୟଣ ବେହେରା ପରିଚାଳନା କରିଥିଲେ | Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଗଜପତି : ସାରା ରାଜ୍ୟରେ ବହୁ ଚର୍ଚ୍ଚିତ ଥିବା ଏ ସି. ଏଫ.ଓ ସୌମ୍ୟ ମୃତ୍ୟୁ ମାମଲାରେ ରୋଷେୟା ଗିରଫ by Proprietor Abhimanyu Maharana October 1, 2026 ଆଇଆଇଟି ଭୁବନେଶ୍ୱରରେ ଓଡିଆପ୍ରେନ୍ୟୁର୍ ୩.୦ ରାଜ୍ୟସ୍ତରୀୟ ହ୍ୟାକାଥନ୍ ଉଦ୍ଘାଟିତ by Proprietor Abhimanyu Maharana October 1, 2026 Odiapreneur 3.0 State-Level Hackathon Inaugurated at IIT Bhubaneswar by Proprietor Abhimanyu Maharana October 1, 2026 ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026