Home ଓଡ଼ିଶା କନ୍ଧମାଳ ଜିଲ୍ଲା ରେ ବିଶ୍ୱ ମଧୁମେହ ଦିବସ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ୨୦୨୧ ମସିହା ର ପରିସଂଖ୍ୟାନ ଅନୁସାରେ ଆମଦେଶ ଭାରତ ବିଶ୍ୱରେ ଦ୍ୱିତିୟ ବୃହତ ଡାଇବେଟିସ୍ ରୋଗି ଥିବା ଦେଶ ହୋଇଥିବାବେଳେ ସମୁଦାୟ ରୋଗି ସଂଖ୍ୟା ପା୍ରୟତଃ ୭୪.୯ ନିୟୁତ ଯାହା କି ୨୦ ରୁ ୭୯ ବର୍ଷ ମଧ୍ୟରେ ବୋଲି ଆକଳନ କରାଯାଇଥିଲା । ତତ୍ ସହିତ ଆଗାମି ୨୦୪୫ ମସିହା ବେଳକୁ ୧୨୪.୯ ନିୟୁତ ହୋଇଯାଇ ପାରେ ବୋଲି ମଧ୍ୟ ଜାତିସଙ୍ଘ ଅନୁମାନ କରିଥିଲେ । ଡାଇବେଟିସ୍ ବିଶ୍ୱର ଏକ ବୃହତ ସ୍ୱାସ୍ଥ୍ୟ ସମସ୍ୟା ହୋଇ ଦେଖା ଦେଇଥିବାବେଳେ୨୦୦୬ ମସିହା ରେ ଜାତିସଙ୍ଘ ଦ୍ୱାରା ପାରିତ ଅଧିବେଶନ ଅନୁଶାରେ ପ୍ରତିବର୍ଷ ନଭେମ୍ବର ୧୪ ତାରିଖ କୁ ବିଶ୍ୱ ଡାଇବେଟିସ୍ ବା ମଧୁମେହ ଦିବସ ଭାବରେ ଅଧିକ ଜନ ସଚେତନତା ସୃଷ୍ଟି ପାଇଁ ପାଳନ କରିବାକୁ ସ୍ଥିର କରାଯାଇଥିଲା । ଏହା ହେଉଛି ବିଶ୍ୱର ସର୍ବବୃହତ ମଧୁମେହ ସଚେତନତା ଅଭିଯାନ । ଏହାକୁ ପାଥେୟ କାରି କନ୍ଧମାଳ ଜିଲ୍ଲାରେ ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ ଏବଂ ତାଙ୍କର ସହଯୋଗି ଅନୁଷ୍ଠାନ କ୍ରାଏ, କୋଲକାତା, ଜାତୀୟ ସ୍ୱାସ୍ଥ୍ୟ ମିଶନ କନ୍ଧମାଳ ଓ ବେସିକ୍ ନିଡ୍ ଇଣ୍ଡିଆ, ବାଙ୍ଗାଲୋର ଙ୍କ ମିଳିତ ସହଯୋଗରେ ବିଶ୍ୱ ମଧୁମେହ ଦିବଶ-୨୦୨୪ ସ୍ଥାନୀୟ ଫୁଲବାଣୀ କାର୍ଯ୍ୟାଳୟ ଠାରେ ପାଳିତ ହେବାସହ ଏକ ଅଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏବର୍ଷର ଥିବା ବିଷୟ “ମଧୁମେହ ଯତ୍ନର ସୁବିଧା; ସାମସ୍ତ ଙ୍କ ପାଇଁ ଉତମ ସ୍ୱାସ୍ଥ୍ୟ ସଶକ୍ତ କରିବା” ଯାହାକି ମଧୁମେହ ଶିକ୍ଷା , ସମ୍ବଳ ଏବଂ ସ୍ୱାସ୍ଥ୍ୟସେବା ସମାଧାନ ପାଇଁ ବିଶ୍ୱ ଗ୍ଲୋବାଲ୍ ର ପ୍ରବେଶକୁ ସୁଦୃଢ କରିବା ଉପରେ ଗୁରିତ୍ୱ ଦିଆଯାଇଛି । ଆଲୋଚନା ରେ କ୍ରାଏ ,କୋଲକାତା ରୁ ଆସିଥିବା ଅଶିମ ଘୋଷ ଓ ସୁଗନ୍ ତମାଙ୍ଗ ଯୋଗଦେଇ ନିୟମିତ ବ୍ୟାୟାମ୍ , ନିୟମିତ ଔଷଧ ସେବନ ଓ ସନ୍ତୁଳିତ ଆହାର ମାଧ୍ୟମରେ କିପରି ମଧୁମେହ ରୋଗ କୁ ପରିଚାଳନା କରିହେବ ତାହା ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଅନୁଷ୍ଠାନ ର ସଂପାଦକ ହରି ଶଙ୍କର ରାଉତ କେଉଁ କାରଣ ଗୁଡିକ ମଧୁମେହ ବଢାଇବାର କାରଣ ହୋଇଥାଏ ଯଥା-ଅଧିକ ଓଜନ , ଶାରିରିକ ନିଷ୍କ୍ରିୟତା ଓ ତାମାଖୁ ସେବନ ତାହା କହିବା ସହ ଏଥିରୁ ନିବୃତ ରହି ସୁସ୍ଥ ଜିବନ ଯାପନ ପାଇଁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମ କୁ ସ୍ୱାତୀ ର ଅଧ୍ୟକ୍ଷ ପ୍ରଶାନ୍ତ ସତପଥୀ ପରିଚାଳନା କରିଥିବାବେଳେ କୋଷାଧକ୍ଷ ସାନ୍ତନୁ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026 ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ by Proprietor Abhimanyu Maharana September 29, 2026 ବିଶ୍ୱ ଜଳାତଙ୍କ ଦିବସ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 29, 2026