Home ଓଡ଼ିଶା ନବୋଦୟ ବିଦ୍ୟାଳୟରେ ଆଞ୍ଚଳିକସ୍ତରୀୟ ବିଜ୍ଞାନ ମେଳା ଉଦ୍ଘାଟିତ, ୫୮ଟି ପ୍ରକଳ୍ପ ପ୍ରଦର୍ଶିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମୁଣ୍ଡଳୀସ୍ଥ କଟକ ଜିଲ୍ଲାର ଜବାହାର ନବୋଦୟ ବିଦ୍ୟାଳୟରେ ଆଜି ଆଞ୍ଚଳିକସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାକୁ କଟକ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ ଉଦ୍ଘାଟନ କରି ପ୍ରକଳ୍ପଗୁଡିକ ପରିଦର୍ଶନ କରିଥିଲେ । ମୁଖ୍ୟଅତିଥି ଭାବେ କଟକ ଜାତୀୟ ଧାନଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଅମରେଶ କୁମାର ନାୟକ, ମୁଖ୍ୟବକ୍ତା ଭାବେ ବୈଜ୍ଞାନିକ ଡକ୍ଟର ଚିତ୍ତରଞ୍ଜନ ମିଶ୍ର ଯୋଗଦାନ କରି ଓଡ଼ିଶା ଓ ଛତିଶଗଡ଼ର ସମସ୍ତ ଜିଲ୍ଲାରୁ ଆସିଥିବା ୫୮ଜଣ ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ରାମରାଜ ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପାଧ୍ୟକ୍ଷ ଦିଲ୍ଲୀପ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମେଳାକୁ ଶିକ୍ଷୟିତ୍ରୀ ନିଷତ ଅନୁୱାର ପରିଚାଳନା କରିଥିବା ବେଳେ ରାଜଶ୍ରୀ ପାଣିଗ୍ରାହୀ କାର୍ଯ୍ୟକ୍ରମ ସଂପର୍କରେ ବର୍ଣ୍ଣନା କରିବା ସହିତ ଏହି ମେଳା ୫ଦିନ ଧରି ଚାଲିବ ବୋଲି ପ୍ରକାଶ କରିଥିଲେ । Categories: ଓଡ଼ିଶା, କଟକ, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026 TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026 ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026