ରଗଡିରେ ଶ୍ରୀଶ୍ରୀ କାର୍ତ୍ତିକେଶ୍ୱର ମହୋତ୍ସବ ଉଦ୍‌ଘାଟିତ

୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍  ) ବାଙ୍କୀ :-> ରଗଡ଼ିରେ ଶ୍ରୀ ଶ୍ରୀ କାର୍ତ୍ତିକେଶ୍ୱର ମହୋତ୍ସବ ସ୍ଥାନୀୟ ଗୁଣ୍ଡିଚା ପଡିଆ ଠାରେ ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ମହୋତ୍ସବ କମିଟିର ସଭାପତି ତଥା ରଗଡି ଗ୍ରାମପଂଚାୟତ ସରପଂଚ ବିଜୟଲକ୍ଷ୍ମୀ ମହାନ୍ତି ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ଶ୍ରୀ ତ୍ରିପାଠୀ ଯୋଗଦେଇ ଏହି ମହୋତ୍ସବ ଲୁଚି ଯାଇଥିବା ପ୍ରତିଭାମାନଙ୍କୁ ମହୋତ୍ସବ ମଣ୍ଡପରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦ୍ୱାରା ସେମାନଙ୍କ ପ୍ରତିଭା ବିକାଶରେ ସାହାଯ୍ୟ କରୁଛି ବୋଲି କହିଥିଲେ ।

ମୁଖ୍ୟବକ୍ତା ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ କୃଷ୍ଣକେଶବ ଷଡଙ୍ଗୀ , ସମ୍ମାନିତ ଅତିଥି ଭାବେ ଡମପଡ଼ା ଆଞ୍ଚଳିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସଚ୍ଚିଦା ନନ୍ଦ ସାମଲ, କେନ୍ଦ୍ରୀୟ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟା ମିନତୀ ମହାପାତ୍ର, ବାଙ୍କୀ ଏନ୍‌.ଏ.ସି ଅଧ୍ୟକ୍ଷା ଶ୍ରୀମତୀ ମାଣିକ ସାହୁ, ଷ୍ଟାଡିଙ୍ଗ୍ କମିଟି ଅଧ୍ୟକ୍ଷ ଆଶିଷ କୁମାର ସାହୁ, କ୍ରେଡିଟ୍ ବ୍ୟାଙ୍କ ସଭାପତି ସମରେନ୍ଦ୍ର ମହାପାତ୍ର ଯୋଗଦେଇ ସେମାନଙ୍କ ଅଭିଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି କୃଷ୍ଣରଞ୍ଜନ ରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହସଂପାଦକ ବିଜୟ କୁମାର ମହାନ୍ତି ସଂପାଦକୀୟ ବିବରଣୀ ପାଠ କରିଥିଲେ । ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କଳାକାରମାନଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲାର । ଶେଷରେ କମିଟିର ଉପସଭାପତି ତଥା ଯୁବନେତା ଭାଗୀରଥି ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version