Home ଅପରାଧ ତାର ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ : କଟର ସାହାଯ୍ୟରେ ଉଦ୍ଧାର ହେଲେ ଚାଳକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗାଠାରୁ ମାତ୍ର ୩ କିଲୋମିଟର ଦୂର କଳିଙ୍ଗା ଘାଟି ପ୍ରଥମ ବୁଲାଣିରେ ବୁଧବାର ବିଳମ୍ବିତ ରାତିରେ ଏକ ୧୬ ଚକିଆ ଟ୍ରକ୍ ନଂ.ଏପି-୩୯ -ଟିକ୍ୟୁ -୭୫୭୫ରେ ଜିଆଇ ତାର ବୋଝେଇ ହୋଇ ବ୍ରହ୍ମପୁର ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣା ସ୍ଥଳରେ ଘୁ.ଉଦୟଗିରି ଅଗ୍ନିଶମ ବାହିନୀ, ପୋଲିସ ଓ କଳିଙ୍ଗାର କିଛି ଯୁବକ ପହଞ୍ଚି ବହୁ କଷ୍ଟରେ ଗ୍ୟାସ୍ କଟର ମେଶିନ ସାହାଯ୍ୟରେ କିଛି ଅଂଶ କାଟି ଗାଡ଼ି ଚାଳକଙ୍କୁ ଉଦ୍ଧାର କରି ଜି.ଉଦୟଗିରି ଗୋଷ୍ଠୀ ଚିକିତ୍ସାଳୟକୁ ନେଇଯାଇଥିଲେ l ଏଠାରେ ସୂଚନା ଯୋଗ୍ୟ ଯେ, ଦୀର୍ଘ ମାସ ହେଲାଣି କଳିଙ୍ଗା ଘାଟିରେ ୧୦ଟି ସୋଲାର ଲାଇଟ୍ ଅଚଳ ହୋଇପଡ଼ିଛି । କିନ୍ତୁ ପ୍ରଶାସନ ନୀରବ ଦ୍ରଷ୍ଟା । ଉକ୍ତ ନିର୍ଦ୍ଦିଷ୍ଟ ବୁଲାଣିରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ଜାତୀୟ ସଡ଼କ କର୍ତ୍ତୃପକ୍ଷ ନୀରବ ରହିବା ନେଇ ସାଧାରଣରେ ଆଲୋଚନା ହେଉଛି । ଏତେ ବଡ଼ ଦୁର୍ଘଟଣା ହୋଇଛି କିନ୍ତୁ କେହି ମୃତାହତ ହୋଇ ନ ଥିବା ବିଷୟ ଉଦ୍ଧାରକାରୀ ଦଳ ସୂଚନା ଦେଇଛନ୍ତି । Categories: ଅପରାଧ, ଓଡ଼ିଶା, କନ୍ଧମାଳ, ହୋମ୍ Related Content AM/NS India Secures Landmark Dual BIS Certifications, Strengthening Market Leadership and Driving Import Substitution in Specialised Steel by Proprietor Abhimanyu Maharana September 17, 2026 ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା - ରୋଗୀ ସେବା ବ୍ୟାହତ by Proprietor Abhimanyu Maharana September 16, 2026 ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026