Home ଓଡ଼ିଶା ବରିଷ୍ଠ ଶିକ୍ଷାବିତ୍ ଉପେନ୍ଦ୍ର ସାରଙ୍କ ପରଲୋକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଝାଡପଡା ଗ୍ରାମର ବୟୋଜ୍ୟେଷ୍ଠ ମୁରବୀ, ରଣପୁର ଅଞ୍ଚଳର ବିଶିଷ୍ଟ ସମାଜସେବୀ, ବରିଷ୍ଠ ଶିକ୍ଷାବିତ୍ ତଥା ଜୟଗୁରୁ ଋତିକ ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ରାଉତଙ୍କ ନିଜ ବାସ ଭବନରେ ନଭେମ୍ବର ୯, ଶନିବାର ଭୋର୍ ୪ଟା ସମୟରେ ପରଲୋକ ଘଟିଛି । ମୃତ୍ୟୁ ଖବରରେ ରଣପୁର, ଟାଙ୍ଗୀ-ଚାନ୍ଦପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ୯୨ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିବା ଶ୍ରୀଯୁକ୍ତ ରାଉତ ଜଣେ କର୍ତ୍ତବ୍ୟ ନିଷ୍ଠ,ଛାତ୍ରବତ୍ସଳ, ସତ୍ୟବାଦୀ ତଥା ମଣିଷ ତିଆରି କାରଖାନାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ। ଅବସରପ୍ରାପ୍ତ ଶିକ୍ଷକ ଭାବରେ ନିଜ ଅଞ୍ଚଳର ଶୈକ୍ଷିକ ବାତାବରଣ ବିକାଶ ଦିଗରେ ତାଙ୍କର ଜୀବନ ଉତ୍ସର୍ଗ କରିଥିଲେ । ଏପରିକି ନିଜ ଜନ୍ମମାଟି ଝାଡ଼ପଡା ଗ୍ରାମର ଶିକ୍ଷାର ବିକାଶ ଦିଗରେ ନୂଆ ଦିଶା ଦେବାସହ ଗ୍ରାମର ପ୍ରାଥମିକ, ମଧ୍ୟ ଇଂରାଜୀ ଓ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ବୁଦ୍ଧିଜୀବୀ ମହଲରେ ଆଲୋଚିତ ହୁଏ । ମର୍ଯ୍ୟାଦା ପୁରୁଷ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଦୀକ୍ଷାରେ ଦିକ୍ଷୀତ ହୋଇ ଋତ୍ତିକ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ଚାନ୍ଦପୁର ଠାରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ମନ୍ଦିର ନିର୍ମାଣରେ ସ୍ୱର୍ଗତ ଉପେନ୍ଦ୍ର ସାରଙ୍କ ସର୍ବୋତ୍କୃଷ୍ଟ ଅବଦାନ ଥିଲା । ମୃତ୍ୟୁ ସମୟରେ ତାଙ୍କ ନିକଟରେ ପୁତ୍ର, ପୁତ୍ରବଧୂ, ଝିଅ-ଜ୍ୱଇଁ,ନାତି-ନାତୁଣୀ ସମସ୍ତେ ଉପସ୍ଥିତ ଥିଲେ। ଶ୍ରୀଯୁକ୍ତ ରାଉତଙ୍କ ଅନ୍ତିମ ସଂସ୍କାର ନିଜ ଗ୍ରାମସ୍ଥିତ ଶ୍ମଶାନ ଘାଟରେ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି । ଜ୍ୟେଷ୍ଠ ପୁତ୍ର ପ୍ରଶାନ୍ତ ରାଉତ(ବୁଲୁ) ମୁଖାଗ୍ନୀ ପ୍ରଦାନ କରିଛନ୍ତି । ଡାକ୍ତର ବିଜୟ ସିଂହଙ୍କ ସମେତ ଜୟଗୁରୁ ଦୀକ୍ଷିତ ଅନେକ ଗୁରୁ ଭାଇ,ବିଶିଷ୍ଟ ବ୍ୟକ୍ତି, ଝାଡପଡା ବରିଷ୍ଠ ନାଗରିକ କଲ୍ୟାଣ ପରିଷଦର ରଘୁନାଥ ପରିଡ଼ା,ମାଧବ ଚନ୍ଦ୍ର ରାଉତ, ଭାସ୍କର ଚନ୍ଦ୍ର ପ୍ରଧାନ,ଭାଗ୍ଯଧର ଦଳେଇ , କାଶୀନାଥ ପ୍ରଧାନ, ନିତ୍ୟାନନ୍ଦ ଜେନା,ସରପଞ୍ଚ ସୌରୀବନ୍ଧୁ ସାହୁ, ଶିକ୍ଷାବିତ ସଂଜୀବ ପରିଡ଼ାଙ୍କ ସମେତ ଗ୍ରାମର ବହୁ ବ୍ୟକ୍ତି ଶବାଧାରରେ ଯୋଗଦେଇ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ତାଙ୍କ ମୃତ୍ୟୁ ଖବରରେ ଓଡ଼ିଶା ବିଧାନ ସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ରଣପୁରର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ (ବାଦଲ୍), ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ସାମ୍ବାଦିକ ରଂଜନ ପରିଡ଼ା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content Odiapreneur 3.0 State-Level Hackathon Inaugurated at IIT Bhubaneswar by Proprietor Abhimanyu Maharana October 1, 2026 ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026