Home ଓଡ଼ିଶା ଗଜପତି ଜିଲ୍ଲାରେ ବରିଷ୍ଟ ଓକିଲ ଙ୍କୁ ଏସିଡ ମାଡ ଘଟଣାରେ ସମ୍ପୃକ୍ତ ଆସାମୀ ଙ୍କୁ ଗିରଫ ସହ ଓକିଲ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୪ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଠାରେ କାର୍ଯ୍ୟ କରୁଥିବା ଓକିଲ ତଥା ମୋହନା ଓକିଲ ସଂଘ ଏକତ୍ରିତ ହୋଇ କୋର୍ଟ ପରିସର ରୁ ଏକ ଶୋଭାଯାତ୍ରା ରେ ବାହାରି ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଠାରେ ପହଞ୍ଚି ତହସିଲଦାର ଙ୍କ ଅନୁପସ୍ଥିତିରେ ତହସିଲ କାର୍ଯ୍ୟଳୟ ର ବରିଷ୍ଟ କିରାଣୀ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ସେହି ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଚଳିତ ମାସ ନ’ତାରିଖ ଅପରାହ୍ନ ୪.୩୦ ମିନିଟ ସମୟରେ ପାରଳାଖେମୁଣ୍ଡି ର ବରିଷ୍ଟ ଓକିଲ ପି. ରାମା ରାଓ ଘରେ ବିଶ୍ରାମ ନେଉଥିବା ସମୟରେ ଦୁଇ ଜଣ ମୁଖା ଧାରି ଦୁର୍ବୃତ୍ତ ବାଇକରେ ଆସି କବାଟ ବାଡେଇ ଡାକି ଅତର୍କିତ ଏସିଡ ମାଡ କରି ସେହି ଦିନ ଠାରୁ ଫେରାର ଅଛନ୍ତି । ସେହି ଘଟଣା ଫଳରେ ବରିଷ୍ଟ ଓକିଲ ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଆସାମୀ ମାନଙ୍କୁ ଯଥା ଶୀଘ୍ର ଗିରଫ କରିବା ସହ ଓକିଲ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ଏକ ଆଇନ ଆଣିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରି ଦାବୀ ପତ୍ର ପ୍ରଦାନ କରିଛନ୍ତି । ଏହି ଦାବୀ ପତ୍ର ପ୍ରଦାନ ସହ ଶୋଭାଯାତ୍ରା ର ନେତୃତ୍ଵ ନେଇଥିଲେ ବାର ଆସୋସିଏସନ୍ ର ସଭାପତି ସନ୍ତୋଷ କୁମାର ପାଢ଼ୀ ଙ୍କ ସହ ଅନ୍ୟ ସଦସ୍ୟ ମାନେ । Categories: ଓଡ଼ିଶା, ଗଜପତି, ହୋମ୍ Related Content Odiapreneur 3.0 State-Level Hackathon Inaugurated at IIT Bhubaneswar by Proprietor Abhimanyu Maharana October 1, 2026 ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026