ଇରେଡାର ସିଏସ୍‌ଆର୍ ଅଭିଯାନ : ଶ୍ରୀଜଗନ୍ନାଥ ମନ୍ଦିରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଦ୍ୱାରା ୧୦ ବ୍ୟାଟେରିଚାଳିତ ଯାନର ଲୋକାର୍ପଣ

ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍  ) ପୁରୀ :-> କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି, ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ, ନୂତନ ଓ ଅକ୍ଷୟ ଶକ୍ତି ବିଭାଗ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀପଦ ୟେସୋ ନାୟକଙ୍କ ଉପସ୍ଥିତିରେ ଆଜି ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ୧୦ଟି ବ୍ୟାଟେରୀ ଚାଳିତ ଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଆଇଆର୍‌ଇଡିଏ)ର ସିଏସ୍‌ଆର କାର୍ଯ୍ୟକ୍ରମ ଅଧୀନରେ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ପରିବେଶ ଅନୁକୂଳ ଗମନାଗମନକୁ ପ୍ରୋତ୍ସାହିତ କରିବା ଏବଂ ସମ୍ମାନଜନକ ଐତିହ୍ୟ ସ୍ଥଳରେ ପର୍ଯ୍ୟଟକଙ୍କ ପାଇଁ ଯାନ ଉପଲବ୍ଧତାରେ ଉନ୍ନତି ଆଣିବା ।

ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ଅରବିନ୍ଦ କୁମାର ପାଢ଼ୀଙ୍କୁ ଗାଡି ଚାବି ହସ୍ତାନ୍ତର କରିବା ଅବସରରେ ଶ୍ରୀ ଯୋଶୀ ସାଂସ୍କୃତିକ ସ୍ଥଳରେ ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱାରୋପ କହିିଥିଲେ, “ଏହି ଐତିହାସିକ ମନ୍ଦିରରେ ବ୍ୟାଟେରି ଚାଳିତ ଯାନ ମୁତୟନ ସବୁଜ ଶକ୍ତି ପ୍ରତି ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି ଏବଂ ପର୍ଯ୍ୟଟକମାନଙ୍କୁ ଏକ ସୁଲଭ ଏବଂ ପରିବେଶ ଅନୁକୂଳ ପରିବହନ ବିକଳ୍ପ ପ୍ରଦାନ କରୁଛି । ଏହିପରି ସ୍ଥାୟୀ ସିଏସ୍‌ଆର ପ୍ରକଳ୍ପକୁ ସମର୍ଥନ କରିବାରେ ଇରେଡାର ପ୍ରୟାସ ଦେଶର ସବୁଜ ମିଶନ ପ୍ରତି ସେମାନଙ୍କର ଅତୁଟ ସମର୍ପଣ ଏବଂ ଗୁରୁତ୍ୱପୂର୍ଣ୍ଣ ଐତିହ୍ୟ ସ୍ଥଳଗୁଡିକରେ ପର୍ଯ୍ୟଟକଙ୍କ ଅଭିଜ୍ଞତା ବୃଦ୍ଧିକୁ ପ୍ରତିଫଳିତ କରୁଛି ।”

ଇରେଡାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାସ କଂପାନିର ନିରନ୍ତରତା ପ୍ରତି ସମର୍ପଣ ଉପରେ ଆଲୋକପାତ କରି କହିଛନ୍ତି ଯେ, “ଆମର ସିଏସ୍‌ଆର ପଦକ୍ଷେପ ମାଧ୍ୟମରେ ଐତିହ୍ୟ ସ୍ଥଳଗୁଡ଼ିକର ୧୦ଟି ପରିବେଶ ଅନୁକୂଳ ଯାନ ହସ୍ତାନ୍ତର କରିି ଇରେଡା ଗର୍ବିତ ଅନୁଭବ କରୁଛି । ଏହି ପ୍ରକଳ୍ପ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସ୍ଥାୟୀ ଏବଂ ଅକ୍ଷୟ ଶକ୍ତି ସମାଧାନକୁ ଚଳାଇବାର ଆମର ମିଶନ ସହିତ ସମନ୍ୱିତ ଏବଂ ପର୍ଯ୍ୟଟକଙ୍କ ପାଇଁ ପରିବେଶ ଅନୁକୂଳ ଗମନାଗମନ ସମାଧାନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ।”

ଏହି ଉତ୍ସବରେ ଇରେଡାର ଅର୍ଥନୈତିକ ବିଭାଗ ନିର୍ଦେଶକ ଡ. ବି.କେ. ମହାନ୍ତିଙ୍କ ସମେତ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମ୍‌ଏନ୍‌ଆରଇ), ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ଇରେଡାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ, ଇରେଡାର ସିଏମ୍‌ଡି ଓ ଏମଏନ୍‌ଆରଇ ଏବଂ ଇରେଡାର ଅନ୍ୟ ଅଧିକାରୀମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଭାରତର ସବୁଜ ଶକ୍ତି ଯାତ୍ରା : ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଉତ୍ସର୍ଗୀକୃତ

ବାଲୁକାକଳା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଏକ ଉଲ୍ଲେଖନୀୟ ବାଲୁକା କଳାକୃତି ଦେଖିବା ପାଇଁ ଇରେଡ଼ାର ସିଏମଡ଼ି ଓ ଅର୍ଥନୈତିକ ବିଭାଗ ନିର୍ଦ୍ଦେଶକ ତଥା ଅନ୍ୟ ନେତୃବୃନ୍ଦ ପୁରୀ ବେଳାଭୂମି ପରିଦର୍ଶନ କରିଥିଲେ । ୨୦୦ ଗିଗାୱାଟ ଅକ୍ଷୟ ଶକ୍ତି ମାଇଲଖୁଂଟ ଅତିକ୍ରମ କରିବାରେ ଭାରତର ସଫଳତାକୁ ପାଳନ କରୁଥିବା ଏହି ମୁହୂର୍ତରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଛବି ଏବଂ ଇରେଡା ଏବଂ ଏମ୍‌ଏନ୍‌ଆରଇର ଲୋଗୋ ରହିଛି । ଅକ୍ଷୟ ଶକ୍ତି କ୍ଷମତାକୁ ବିସ୍ତାର କରିବା ଏବଂ ଏକ ସ୍ଥାୟୀ ଶକ୍ତି ଭବିଷ୍ୟତ ଆଡକୁ ଅଗ୍ରସର ହେବା ପାଇଁ ଭାରତର ପ୍ରତିବଦ୍ଧତାକୁ ଏହି କଳାକୃତି ଏକ ସୃଜନଶୀଳ ଶ୍ରଦ୍ଧାଞ୍ଜଳି ଅଟେ ।

Exit mobile version