ସମ୍ବିଧାନ ଦିବସ ପାଳନ ଉପଲକ୍ଷେ କୁଇ ସମାଜ ସେବା ସମିତି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ : ଦଳିତ ଓ ପଛୁଆବର୍ଗ ପାଇଁ ଆମ୍ବେଦକରଙ୍କ ଅବଦାନ କୁ ପ୍ରଚାର କରାଯିବ

୧୩ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍  ) ଫୁଲବାଣୀ  :->  ସମ୍ବିଧାନ ଦିବସ ପାଳିତ ହେବାକୁ ଯାଉଛି l ଏ ନେଇ କୁଇ ସମାଜ ସେବା ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ କୁଇ ସମାଜ ସେବା ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି l ସଭାପତି ସମୀର ଘଟାଲଙ୍କ ଅଧକ୍ଷତରେ ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କନ୍ଧ ଗୌଡ଼ ସମାଜର ସଭାପତି ସୁଭାଷ ବେହେରା, ପଛୁଆ ସମାଜ ସମ୍ପାଦକ ସୁରଞ୍ଜନ ନାୟକ, ଘାଷି ସମାଜ ସମ୍ପାଦକ ସୁଶାନ୍ତ କୁମାର ମୁଖି, ଜଳନ୍ଧର ବେହେରା, ଗୋପାଳ ସମାଜ ସଭାପତି କପ୍ତନ ବର୍ଗତି,

କୈବର୍ତ ସମାଜ ସଭାପତି ଅରୁଣ କୁମାର ମାଝୀ, କୋଷାଧକ୍ଷ ତ୍ରୀନାଥ ମାଝୀ ତଥା ଜିଲ୍ଲା ସଂଯୋଜକ ବୀରେନ୍ଦ୍ର କହଁର ପ୍ରମୁଖ ଉପସ୍ଥିତ ଥିଲେ l ଦିବସକୁ ଜୋରଦାର ପାଳନ କରାଯିବା ସହ ଆମ୍ବେଦକରଙ୍କ ବାର୍ତା ଓ ତାଙ୍କର କାର୍ଯ୍ୟଙ୍କ ସମ୍ପର୍କ ରେ ସଚେତନ କରାଯିବ ବୋଲି ସଭାପତି ଶ୍ରୀ ଘୋଟଲ କହିଥିଲେ l ଫୁଲବାଣୀ ରେ ହେବାକୁ ଥିବା କାର୍ଯ୍ୟକର୍ମକୁ ବଡ ଧରଣର କରାଯିବାକୁ ଫୁଲବାଣୀ, ଖଜୁରୀପଡା, ଚକାପାଦ ଓ ଫିରିଙ୍ଗିଆ ବ୍ଲକ ଲୋକମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ହେବ l ଆଗକୁ 12 ଟି ବ୍ଲକ ଯୋଡ଼ା ଯାଇ କାର୍ଯ୍ୟକ୍ରମ କରାଯିବ l

Exit mobile version