Home ଓଡ଼ିଶା ମାଣ୍ଡିପଙ୍କା ଘଟଣାର ଦ୍ବିତୀୟ ପର୍ଯ୍ୟାୟ ତଦନ୍ତ : ଅଧିକାରୀ ମାନଙ୍କ ସହ ଆଲୋଚନା କଲେ ଆରଡିସି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୩ ନଭେମ୍ବର ୨୦୨୪ ( ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ଜଣଙ୍କ ମୃତ୍ୟୁ ଓ ୬ ଜଣ ଗୁରୁତର ହେବା ଘଟଣାର ତଦନ୍ତ କରୁଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ରୂପା ରୋଶନ ସାହୁ । ଗତ ୬ ତାରିଖରେ ଆରଡିସି ମାଣ୍ଡିପଙ୍କା ଯାଇ ପିଡିତଙ୍କ ପରିବାର ଗ୍ରାମବାସୀ ଓ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିବା ବେଳେ ମଙ୍ଗଳବାର ଫୁଲବାଣୀରେ ପହଞ୍ଚି ତଦନ୍ତର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ କରିଛନ୍ତି । ସ୍ଥାନୀୟ ସର୍କିଟ ହାଉସ ଠାରେ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଜନ ପ୍ରତିନିଧି ତଥା ମାଣ୍ଡିପଙ୍କା ଗ୍ରାମବାସୀଙ୍କ ସହିତ ଆଲୋଚନା କରି ଏହି ଅଘଟଣ ପଛରେ ରହିଥିବା କାରଣର ଅନୁଧ୍ୟାନ କରିଛନ୍ତି ଆରଡିସି ଶ୍ରୀମତୀ ସାହୁ । ଜିଲ୍ଲା ମଙ୍ଗଳ ଅଧିକାରୀ, ସମାଜ ମଙ୍ଗଳ ଅଧିକାରୀ, ଯୋଗାଣ ଅଧିକାରୀଙ୍କୁ ଡକାଇ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ ଆରଡିସି । ଏଥି ସହିତ ଡାକ୍ତର ଓ ସ୍ବା୍ସ୍ଥ୍ୟ ବିଭାଗ ଅଧିକାର ମାନଙ୍କ ଠାରୁ ମଧ୍ୟ ତଥ୍ୟ ହାସଲ କରିଥିଲେ ରାଜସ୍ୱ କମିଶନର । ମାଣ୍ଡିପଙ୍କାର କିଛି ଗ୍ରାମବାସୀ, ସ୍ଥାନୀୟ ସରପଞ୍ଚ, ଓ୍ବାର୍ଡ ମେମ୍ବର ପ୍ରମୂଖ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ । ତଦନ୍ତ ପ୍ରକ୍ରିୟା ବେଳେ କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗତ ୩୧ ତାରିଖରେ ମାଣ୍ଡିପଙ୍କା ଠାରେ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହେବା ସହିତ ୬ ଜଣ ଗୁରୁତର ହୋଇଥିଲେ । ସେମାନଙ୍କ ମଧ୍ୟରୁ ତିନି ଜଣ ସୁସ୍ଥ ହୋଇ ଗାଁ କୁ ଫେରିଥିବା ବେଳେ ବର୍ତ୍ତମାନ ମଧ୍ୟ ଜଣେ ବ୍ରହ୍ମପୁର ଏମକେସିଜି ଓ ଦୁଇ ଜଣ କଟକ ଏସସିବିରେ ଚାକିତ୍ସାଧୀନ ଅଛନ୍ତି। ଏହି ଘଟଣାକୁ ନେଇ ବିରୋଧୀ ମାନେ ରାଜ୍ୟ ସରକାରଙ୍କୁ ଘେରିବା ପରେ ମୂଖ୍ୟମନ୍ତ୍ରୀ ମୋହନ ମାଝୀ ଆରଡିସି ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026 ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ by Proprietor Abhimanyu Maharana September 29, 2026 ବିଶ୍ୱ ଜଳାତଙ୍କ ଦିବସ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 29, 2026