Home ଓଡ଼ିଶା ୨୦୨୬ ସୁଦ୍ଧା ନକ୍ସଲ ସମସ୍ୟାର ମୂଳୋତ୍ପାଟନ : ପୁଲିସ ମହାନିର୍ଦ୍ଦେଶକଙ୍କ ଉଚ୍ଚ ସ୍ତରୀୟ ବୈଠକ – ରଣନୀତି ପ୍ରସ୍ତୁତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୩ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଦେଶରୁ ୨୦୨୬ ସୁଦ୍ଧା ନକ୍ସଲ ସମସ୍ୟାର ମୂଳୋତ୍ପାଟନ ପାଇଁ ଆହ୍ବାନ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ସେ ଅନୁସାରେ ପ୍ରସ୍ତୁତ ହେଉଛି ସୁରକ୍ଷା ବାହିନୀ। ନୂଆକରି ତିଆରି ହେଉଛି ରଣନୀତି। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଓ୍ବାଇ ବି ଖୁରାନିଆ ଫୁଲବାଣୀ ଠାରେ ବରିଷ୍ଠ ପୁଲିସ ଅଧିକାରୀ, ୫ଟି ଜିଲ୍ଲାର ଏସପି, ପ୍ରଶାସନିକ ଓ ବନ ବିଭାଗ ଅଧିକାରୀ ମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ସ୍ଥାନୀୟ ଜିଲ୍ଲା ପୁଲିସ ମୂଖ୍ୟାଳୟରେ ଆୟୋଜିତ ବୈଠକରେ ରାଜ୍ୟ ପୁଲିସ ସହିତ ବିଏସଏଫ ଓ ସିଆରପିଏଫର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ଜିଲ୍ଲାରେ ମାଓ ସ୍ଥିତି ପରଖିବା ସହ ମାଓ ଦମନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। କନ୍ଧମାଳ ,ରାୟଗଡ଼ା, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି,ଓ ନୟାଗଡ଼ ଜିଲ୍ଲାର ଏସପିଙ୍କ ସହ ବିଏସଏଫ, ସିଆରପିଏଫ୍, ଗୁଇନ୍ଦା ବିଭାଗ ଅଧିକାରୀଙ୍କ ସହିତ ରୁଦ୍ଧ ଦ୍ଵାର ବୈଠକ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ, ଗତ କିଛି ଦିନ ମଧ୍ୟରେ ଛତିଶଗଡ଼ରେ ମାଓ ଦମନ ଜୋରଦାର ହେବା ପରେ ଅନେକ କ୍ୟାଡର ମାଓବାଦୀ ଓଡିଶାରେ ପ୍ରବେଶ କରିଥିବା ଅନୁମାନ କରାଯାଉଛି। ଏମାନେ ବିଶେଷ କରି କନ୍ଧମାଳ ସମେତ କଳାହାଣ୍ଡି, ରାୟଗଡା, ବୌଦ୍ଧ ଭଳି ଜିଲ୍ଲା ମାନଙ୍କୁ ନିଜର କାର୍ଯ୍ୟକ୍ଷେତ୍ର କରିଛନ୍ତି। କିଛି ଦିନ ତଳେ ବାଲିଗୁଡା ଅଞ୍ଚଳରେ କନ୍ଧମାଳ ପୁଲିସ ସହ ଗୁଳି ବିନିମୟରେ ଜଣେ ନକ୍ସଲଙ୍କ ମୃତ୍ୟୁ ହୋଇଥିଲା। ଇତି ମଧ୍ୟରେ ପୁଲିସ, ସିଆରପିଏଫ ଓ ବିଏସଏଫର ସମନ୍ୱୟରେ ବଡ ଧରଣର ମାଓ ବିରୋଧୀ ଅଭିଯାନ ଆରମ୍ଭ ହେବାର ଅନୁମାନ କରାଯାଉଛି। ବନ ବିଭାଗକୁ ମଧ୍ୟ ଏଥିରେ ସାମିଲ ପାଇଁ ଯୋଜନା ପ୍ରସ୍ତୁତ ହେଉଛି । ବୈଠକରେ ସିଆରପିଏଫ ଏଡିଜି ଅମିତ କୁମାର, ଆଇଜିପି ଅମିତେନ୍ଦ୍ର ନାଥ ଶର୍ମା, ଆଇଜିପି ଅପରେସନ ଜୟ ନାରାୟଣ ପଙ୍କଜ, ଦକ୍ଷିଣାଂଚଳ ଡିଆଇଜି ଡଃ.ସାର୍ଥକ ଷଢ଼ଙ୍ଗୀ, ଡିଆଇଜି ଅପରେଶନ ଅଖିଳେଶ୍ୱର ସିଂ, କନ୍ଧମାଳ ଏସ୍ପି ହରିଶ ବି.ସି., ରାୟଗଡା ଏସ୍ପି ସ୍ୱାଥି ଏସ୍ କୁମାର, କଳାହାଣ୍ଡି ଏସ୍ପି ଅଭିଳାଶ ଜି, ବୌଦ୍ଧ ଏସ୍ପି ନାଗରାଜ ଦେଭରକୌଡା, ନୂଆପଡା ଏସ୍ପି ଗୁଣ୍ଡାଲା ରେଡ୍ଡି ରାଘବେନ୍ଦ୍ର, କନ୍ଧମାଳ ଜିଲାପାଳ ଅମ୍ରିିତ ଋତୁରାଜ, ଫୁଲବାଣୀ ଡିଏଫ ଓ ପ୍ରଶାନ୍ତ ପଟେଲ, ବାଲିଗୁଡା ଡିଏଫ ଓ ବିଶ୍ୱରାଜ ପଣ୍ଡା, ବୌଦ୍ଧ ଡିଏଫ ଓ ଦେବପ୍ରିୟା କାମ୍ପ ପ୍ରମୂଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ବଡ ଧରଣର ମାଓ ବିରୋଧୀ ଅପରେସନ କରାଯିବ ବୋଲି ସୂଚନା ଦେଇଛନ୍ତି ଡିଜି ଖୁରାନିଆ । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026 ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ by Proprietor Abhimanyu Maharana September 29, 2026 ବିଶ୍ୱ ଜଳାତଙ୍କ ଦିବସ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 29, 2026